ରାୟଗଡ଼ା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜାରିଂ ନର୍ସରି ଫରେଷ୍ଟର୍ ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ରାୟଗଡ଼ା ବନତତ୍ତ୍ବ (ସିଲ୍ଭିକଲଚର୍) ଡିଏଫ୍ଓ ଦେବେନ୍ଦ୍ର ବେହେରାଙ୍କୁ ନିଲମ୍ବନ ନେଇ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି। ନିଲମ୍ବନ ପରେ ଡିଏଫ୍ଓଙ୍କ ମୁଖ୍ୟାଳୟ ଭୁବନେଶ୍ବରସ୍ଥିତ ପିସିସିଏଫ୍ଙ୍କ କାର୍ଯ୍ୟାଳୟ ରଖାଯାଇଛି। ଏଥି ସହ ବିନା ସୂଚନାରେ କାର୍ଯ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ପିସି କାରବାର ପାଇଁ ଚାପ ପଡ଼ିବାରୁ ଏବଂ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା କରିଥିଲେ ବୋଲି ପୂର୍ବରୁ ପରିବାର ଲୋକ ଅଭିଯୋଗ କରିଥିଲେ। ମୃତ୍ୟୁ ପୂର୍ବରୁ ସଞ୍ଜୟ ମଧ୍ୟ ଗୋଟିଏ ଚିଠି ଛାଡ଼ି ଯାଇଥିଲେ। ତେଣୁ ଡିଏଫ୍ଓ ଦେବେନ୍ଦ୍ର ବେହେରାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହା ଏକ ଚର୍ଚ୍ଚିତ ଘଟଣା ହୋଇଥିବାରୁ ରାଜ୍ୟ
ସରକାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଭବାନୀପାଟଣା ପୁଲିସ ମଧ୍ୟ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରଖିଥିଲା। ଗତ ମାସ ୨୮ରେ ରାୟଗଡ଼ାସ୍ଥିତ ବନତତ୍ତ୍ବବିତ୍ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଥିଲେ କଟକ ମୁଖ୍ୟ କାର୍ଯ୍ୟାଳୟ ସିସିଏଫ୍ଓ ବିକାଶ ରଞ୍ଜନ ଦାଶ। ବିଭାଗୀୟ କର୍ମଚାରୀଙ୍କୁ ପଚରାଉଚରା କରିବା ସହ କିଛି କାଗଜପତ୍ର ମଧ୍ୟ ଯାଞ୍ଚ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/PWKV5ybxaAtnRbmYDYf3.jpg)