କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନ ବିଭାଗ କର୍ମଚାରୀ ବିଭିନ୍ନ ସର୍ଭେ କରିବାକୁ ଯାଇ ଜଙ୍ଗଲ ମଝିରେ ମହୁମାଛି ଆକ୍ରମଣରେ ଆହାତ ହୋଇ ଫେରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି କରପା ପଞ୍ଚାୟତର ବିଜୟନଗର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ସାନକୁଆଙ୍ଗକୁ ଯାଇ ଗଣ ପରିମାଣ ଓ ଜଙ୍ଗଲ ସୀମା ନିର୍ଧାରଣ କରିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ଯାହାଫଳରେ ଫରେଷ୍ଟର ନରେନ୍ଦ୍ର କୁମାର ଗୋମାଙ୍ଗ, ୟାରର୍କନ ଶବର, ଗାର୍ଡ କେଦାର ବାଉରି, ପ୍ରଭାତ ବେହେରା, ଦିନବନ୍ଧୁ ଶବର, ନିରୁପମା ମହପାତ୍ର, ନମିତା ବିଡିକ, ତେଜଶ୍ୱରୀ ସାହୁ, ପରାଗାର୍ଡ ପ୍ରତାପ ତଟବାରିଆ, ଶରତ ପାଲକୋଣ୍ଡା ପ୍ରମୁଖ ଆହତ ହୋଇଥିଲେ। ଜଙ୍ଗଲରୁ ଫେରିବା ପରେ ଚିକିତ୍ସିତ ହୋଇଥିବା ଜଣାପଡିଛି।
ମହୁମାଛି ଆକ୍ରମଣରେ ବନ କର୍ମଚାରୀ ଆହତ
/sambad/media/post_attachments/wp-content/uploads/2017/10/honey-bees19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)