ରଥ କାଠ ଟ୍ରକରୁ ବାହାର କରୁଥିବା ବେଳେ ଗୋଡରେ ରଥ କାଠ ପଡି ବନ ବିଭାଗ କର୍ମଚାରୀ ଗୁରୁତର, କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ

ପୁରୀ : ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଆଉ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ମଧ୍ୟ ଆସି ପହଞ୍ଚିଲାଣି । ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲା ବନଖଣ୍ଡରୁ ଆଜି ଧୌରା ଓ ଅସନ ମିଶି ପଚିଶି ଖଣ୍ଡ କାଠ ଆସିଛି । ତେବେ ସେହି କାଠକୁ ବନ ବିଭାଗ କର୍ମଚାରୀ ଟ୍ରକରୁ ବାହାର କରୁଥିବା ବେଳେ ଜଣେ କର୍ମଚାରୀଙ୍କ ଡାହାଣ ପଟ ଗୋଡରେ ରଥ କାଠ ପଡିଥିଲା । ଏହାପରେ ସେ ଗୁରୁତର ଆହତ ହୋଇଥିଲେ ।

ବନ ବିଭାଗ କର୍ମଚାରୀ ଦଶପଲ୍ଲାର ପ୍ରମୋଦ ପ୍ରଧାନଙ୍କ ଗୋଡରେ ରଥକାଠ ପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ମହକୁମା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଫନି ପରେ ଶ୍ରୀକ୍ଷେତ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ରଥଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ଏବେ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

ସମ୍ବନ୍ଧିତ ଖବର