ବରଗଡ଼: ଜିଲ୍ଲାରେ ଖରାଦିନିଆ ବ୍ୟାପକ ଜଂଗଲ ଜଳୁଛି। କାଠ ଏବଂ କୋଇଲା ସଂଗ୍ରହ ପାଇଁ ଦୁର୍ବୃତ୍ତମାନେ ଜାଣିଶୁଣି ଜଂଗଲରେ ନିଆଁ ଲଗାଇ ଦେଉଛନ୍ତି। ଯଦ୍ବାରା ଖରାଦିନରେ ମିଳୁଥିବା ବନଜାତ ଦ୍ରବ୍ୟ ପୋଡ଼ି ପାଉଁଶ ହୋଇଯାଉଛି। ଡେବ୍ରିଗଡ଼, ପପଙ୍ଗା ପାହାଡ଼, ଗନ୍ଧମାର୍ଦ୍ଦନ ସମେତ ଅନ୍ୟ ଗ୍ରାମ୍ୟ ଜଂଗଲରେ ନିଆଁ ଲାଗିଛି। ଫଳରେ ଚାର, କେନ୍ଦୁ, ଜାମୁ, କରଡ଼ି, ଜଂଗଲି ଛତୁ ଭଳି ବନଜାତ ଦ୍ରବ୍ୟ ଉଜୁଡ଼ି ଯାଉଛି। ଏକଦା ଏସବୁ ବନଜାତ ଦ୍ରବ୍ୟ ପାଇଁ ବରଗଡ଼ ଜିଲ୍ଲା ପ୍ରସିଦ୍ଧି ଲାଭ କରିଥିଲା। ହେଲେ ବନଜାତ ଫଳମୂଳ ଆଉ ବଜାରରେ ଉପଲବ୍ଧ ନାହିଁ। କାଁ ଭାଁ କୌଣସି ଗାଁ ହାଟରେ ଏସବୁ ମିଳୁଛି। ତାହା ପୁଣି କୌଣସି ପର୍ବପର୍ବାଣି ଆସିଲେ ହିଁ। ବନଜାତ ଫଳମୂଳ କ୍ରମଶଃ ଦୁର୍ଲଭ ହୋଇଯାଇଛି। ଦୁଇ ଦଶନ୍ଧି ହେଲା ବରଗଡ଼ ଜିଲ୍ଲାେର ଜ˚ଗଲର ଘନତ୍ବ ଆସ୍ତେ ଆସ୍ତେ କମି ଯାଉଛି। ପ୍ରତି ବର୍ଷ ହଜାର ହଜାର ହେକ୍ଟର ଜ˚ଗଲରେ ନିଆଁ ଲାଗୁଛି। ମୂଲ୍ୟବାନ ଗଛ ଏବ˚ ଔଷଧୀୟ ଗୁଳ୍ମ ନଷ୍ଟ ହେଉଛି।
ଆଗରୁ ଜ˚ଗଲ ପାଖାପାଖି ରହୁଥିବା ବନଜାତ ଦ୍ରବ୍ୟ ଉପରେ ହିଁ ନିର୍ଭର କରୁଥିଲେ। ୧୯୯୨ ମସିହାର ସରକାରୀ ସର୍ଭେ ରିପୋର୍ଟ ଅନୁସାରେ ବରଗଡ଼ ସମେତ ପଶ୍ଚିମ ଓଡ଼ିଶାରେ ଚାର, କେନ୍ଦୁ, ଖଜୁରି, ହରିଡ଼ା, ବାହାଡ଼ା ଅଁଳା, କଁଟେଇ କୋଳି, ଲଟି ବୁରୋ, ଆମ୍ବ ସମେତ ମୋଟ୍ ୩୭ଟି ବନଜାତ ଫଳମୂଳ ପ୍ରଚୁର ପରିମାଣରେ ମିଳୁଥିଲା। ଏଥିରୁ କୁସୁମ, କର˚ଜ ଏବ˚ ନାଗେଶ୍ବର ଆଦି ଜ˚ଗଲଜାତ ଦ୍ରବ୍ୟ ଗୋଟିଏ ହିସାବରେ ବିଲୁପ୍ତ ଦ୍ବାରଦେଶରେ। ଅନ୍ୟ ଫଳମୂଳର ପରିମାଣ ମଧୢ ହ୍ରାସ ପାଇଛି। ଆଖିବୁଜା ଜ˚ଗଲ କାଟ୍ ଯୋଗୁଁ ମହୁଲ ଫୁଲ, କେନ୍ଦୁ, କରଡ଼ି ଆଉ ଆଗଭଳି ସହଜରେ ଉପଲବ୍ଧ ରହୁନାହିଁ। ଏକଦା ଗାଁଗାଁରେ ସହଜରେ ମିଳୁଥିବା ଖଜୁରୀ କନ୍ଦା ଏବେ ବିରଳ ପାଲଟିଛି। ଅଧିକା˚ଶ ଖଜୁରୀ ଗଛରୁ ତାଡ଼ି ସ˚ଗ୍ରହ କରାଯାଉଥିବାରୁ ଗଛରୁ ଆଉ ଫଳ ବାହାରୁ ନାହିଁ। ବଜାରରୁ ଦେଶୀ ଏବ˚ ଜ˚ଗଲର ଫଳମୂଳକୁ ହଟାଇ ବିଦେଶୀ ଫଳ ଆସ୍ଥାନ ଜମାଇଛି।