ଭୁବନେଶ୍ବର : ଗ୍ରୀଷ୍ମ ଆରମ୍ଭରୁ ଓଡ଼ିଶାରେ ଜଳୁଛି ଜଙ୍ଗଲ। ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଛି। କେତେବେଳେ ଚନ୍ଦକା ଅଭୟାରଣ୍ୟରେ ତ ଆଉ କେତେବେଳେ ଶିମିଳିପାଳରେ। ଗତ ସପ୍ତାହକ ମଧ୍ୟରେ ଜଙ୍ଗଲ ନିଆଁ ଭୟଙ୍କର ରୂପ ନେଇଥିଲେ ମଧ୍ୟ ରୋକିବା ଦିଗରେ ରାଜ୍ୟ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ଠୋସ୍ ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଏସିଆର ଦ୍ବିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳର ସ୍ଥିତି ଏବେ ସଙ୍ଗିନ ହୋଇଛି। କେବଳ ଶିମିଳିପାଳ ନୁହେଁ, ଆଜିର ଦିନରେ ଓଡ଼ିଶାର ୨୧୪ଟି ଜଙ୍ଗଲରେ ନିଆଁ ଲାଗିଛି। ଏହାବ୍ୟତୀତ ଛୋଟ ଅଞ୍ଚଳରେ ଲାଗିଥିବା ନିଆଁକୁ ତୁରନ୍ତ ଆୟତ୍ତ କରାଯାଇପାରିଛି। ବ୍ରହ୍ମପୁର ଓ ବାରିପଦା ସର୍କଲର ଅଧିକାଂଶ ସ୍ଥାନରେ ଦୁଇରୁ ତିନି ଦିନ ହେଲା ନିଆଁ ଜଳୁଛି, ହେଲେ ଲିଭିବାର ନାଁ ନେଉନି। ବନ ବିଭାଗର ଅଧିକାରୀଙ୍କ ପାଖରେ ଏନେଇ ଖବର ରହିଛି। କିନ୍ତୁ କେହି ଠୋସ୍ ପଦକ୍ଷେପ ଗ୍ରହଣ କରି ନାହାନ୍ତି।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ତଥ୍ୟ ଅନୁଯାୟୀ ଆଜି ଅପରାହ୍ଣ ୨ଟା ସୁଦ୍ଧା ଓଡ଼ିଶାର ୨୧୪ଟି ଜଙ୍ଗଲରେ ବଡ଼ଧରଣର ନିଆଁ ଲାଗିବା ସହ ଏବେ ବି ଜଳୁଛି। ବାରିପଦା ସର୍କଲ ସମେତ ଅନୁଗୁଳ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଭବାନୀପାଟଣା, କୋରାପୁଟ, ଭୁବନେଶ୍ବର ସର୍କଲର ଏକାଧିକ ଡିଭିଜନ୍ରେ ନିଆଁ ଜଳୁଛି। ବାରିପଦା ଏସ୍ଟିଆର ଡିଭିଜନ୍ ସହ ରାଇରଙ୍ଗପୁର, କରଞ୍ଜିଆ, କଟକ, କେନ୍ଦୁଝର, ଦେବଗଡ଼, ଆଠଗଡ଼, ଖୋର୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ବଣାଇ, ଖଣ୍ଡପଡ଼ା, ନୟାଗଡ଼, ଘୁମୁସର ଦକ୍ଷିଣ, ଆଠମଲ୍ଲିକ, ଘୁମୁସର ଉତ୍ତର, ରେଢାଖୋଲ, ବଣାଇଁ, ଫୁଲବାଣୀ, ଖଡ଼ିଆଳ, ସୁନାବେଡ଼ା, ପାରଳାଖେମୁଣ୍ଡି, ବଲାଙ୍ଗୀର, ବାଲିଗୁଡ଼ା, ମାଲକାନଗିରି ଡିଭିଜନ୍ରେ ନିଆଁ ଲାଗିଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୬୦ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍ ଇମେଜ୍ରୁ ସୂଚନା ମିଳିଛି। ଫେବ୍ରୁଆରି ୨୨ରୁ ୨୪ ତାରିଖ ମଧ୍ୟରେ ୫୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୨୫ରୁ ୨୭ ତାରିଖ ମଧ୍ୟରେ ୧୨୫ ଏବଂ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୨ ମଧ୍ୟରେ ୨୯୬ଟି ସ୍ଥାନରେ ନିଆଁ ଲାଗିଥିବା ଦୃଷ୍ଟିକୁ ଆସିଥିଲା। ସେଥିମଧ୍ୟରୁ ଅଧିକାଂଶ ସ୍ଥାନରେ ଇତିମଧ୍ୟରେ ନିଆଁକୁ ଆୟତ୍ତ କରାଯାଇ ସାରିଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ଦିନରେ ଓଡ଼ିଶା ତଳକୁ ତେଲେଙ୍ଗାନାର ୬୫, ମଧ୍ୟପ୍ରଦେଶର ୫୦, ଆନ୍ଧ୍ରପ୍ରଦେଶର ୪୭, ମହାରାଷ୍ଟ୍ରର ୪୪, ଝାଡଖଣ୍ଡରେ ୩୨, ମିଜୋରାମର ୨୯, ଛତିଶଗଡ଼ର ୨୭, କର୍ଣ୍ଣାଟକର ୧୭, ଉତ୍ତରାଖଣ୍ଡର ୧୫, ପଶ୍ଚିମବଙ୍ଗର ୧୩ଟି ସ୍ଥାନରେ ନିଆଁ ଲାଗିଛି।
/sambad/media/post_attachments/wp-content/uploads/2021/03/cartoon-debashis.jpg)
ଗ୍ରୀଷ୍ମ ଆରମ୍ଭରୁ ଯଦି ସାରା ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି ତେବେ ଆଗକୁ ଆଉ କ’ଣ ହେବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏପ୍ରିଲ ଓ ମେ’ ମାସରେ ପ୍ରଚଣ୍ଡ ଖରା ହେଉଥିବାରୁ ଜଙ୍ଗଲର ନିଆଁର ଭୟବହତା ବଢ଼ିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେମାନଙ୍କ ମତରେ ଓଡ଼ିଶାର ମୋଟ ଜଙ୍ଗଲ ମଧ୍ୟରୁ ପ୍ରାୟ ୫୦ ଭାଗ ଶୁଖିଲା ବୃକ୍ଷଲତା ରହିଥାଏ। ଗ୍ରୀଷ୍ମ ଦିନେ ପ୍ରବଳ ଖରା ସାଙ୍ଗକୁ ଜଙ୍ଗଲରେ ଶୁଖିଲା ପତ୍ର ପଡ଼ିଥିବାରୁ ନିଆଁ ଲାଗିବାର ସମ୍ଭାବନା ଅଧିକ ରହୁଛି। ଜଙ୍ଗଲ ନିଆଁ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ଏବେ ମନୁଷ୍ୟକୃତ ହୋଇଯାଇଛି। ପ୍ରତିବର୍ଷ ଫେବ୍ରୁଆରିରୁ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ନିଆଁ ଲାଗିଥାଏ। ଜଙ୍ଗଲରେ ନିଆଁ ଏକ ନିୟମିତ ଘଟଣା ହୋଇଥିଲେ ମଧ୍ୟ ଉଚିତ୍ ପଦକ୍ଷେପ ଦ୍ବାରା ଏହାକୁ ରୋକାଯାଇପାରିବ।
ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁଯାୟୀ ୨୦୧୭ରେ ୩୬ ହଜାର ୮୨୭ଟି ସ୍ଥାନରେ ନିଆଁ ଲାଗିଥିଲା। ଏହାଦ୍ବାରା ୧୪ ହଜାର ୧୨୧ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଥିଲା। ୨୦୧୮ରେ ଏହା ହ୍ରାସ ପାଇ ପାଇ ୩୧ ହଜାର ୬୮୦ଟି ସ୍ଥାନରେ ନିଆଁ ଲାଗିବା ସହ ୯ ହଜାର ୭୩୦ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା। ୨୦୧୯ରେ ୧୯ ହଜାର ୭୮୭ଟି ସ୍ଥାନରେ ନିଆଁ ଲାଗିବା ସହ ୭ ହଜାର ୧୬୪ ହେକ୍ଟର ଜଙ୍ଗଲ ନିଆଁରର ଆଁ ଭିତରକୁ ଚାଲିଯାଇଥିଲା। ତେବେ ୨୦୨୦ ଗ୍ରୀଷ୍ମ ସମୟରେ ଲୋକଙ୍କ ଚଳପ୍ରଚଳ ସେତେଟା ନ ଥିଲା। ସଟ୍ଡାଉନ୍ ଓ ଲକ୍ଡାଉନ୍ ଫଳରେ ଜଙ୍ଗଲକୁ ଲୋକଙ୍କ ଅବାଧ ପ୍ରବେଶ ବନ୍ଦ ରହିଥିଲା।। କାଁ ଭାଁ ସ୍ଥାନରେ ଆଦିବାଦୀ ତଥା ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକେ ଜଙ୍ଗଲ ଭିତରକୁ ପ୍ରବେଶ କରି କାଠ ଆଣିବା ଲାଗି ଜଙ୍ଗଲରେ ନିଆଁ ଲଗାଇଥିଲେ। ପରିଣାମ ସ୍ବରୂପ ଜଙ୍ଗଲ ନିଆଁ ପରିମାଣ ୧୧ ହଜାରକୁ ହ୍ରାସ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fire-forest-2.jpg)