କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାର ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ବାହାରିଥିବା ସୂଚନା ରହିଛି। ପରୀକ୍ଷାର୍ଥୀମାନେ ଜାନୁଆରି ୧୦ ତାରିଖରୁ ଫେବ୍ରୁଆରି ୨ ତାରିଖ ମଧ୍ୟରେ ଆବେଦନ କରିପାରିବେ। ୨୦୨୧ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ ଯୋଗେ ସେମାନଙ୍କ ଫର୍ମ ପୂରଣ କରିପାରିବେ।
ଜାନୁଆରି ୧୦ ତାରିଖ ସକାଳ ୧୦ଟାରୁ ଏହି ଫର୍ମ ପୂରଣ କାର୍ଯ୍ୟ ଆରମ୍ଭ ହେବ। ଜାନୁଆରି ୨୭ ତାରିଖ ରାତି ୧୧.୪୫ ମଧ୍ୟରେ ବିନା ଜରିମାନାରେ ଫିସ୍ ଦାଖଲ କରିପାରିବେ ପରୀକ୍ଷାର୍ଥୀ। ୨୮ ତାରିଖ ମଧ୍ୟ ରାତ୍ର ହେଉଛି ଫର୍ମ ଦାଖଲ କରିବାର ଶେଷ ସମୟ।
ସେହିପରି ଜାନୁଆରି ୨୮ ତାରିଖରୁ ଫେବ୍ରୁଆରି ୧ ତାରିଖ ରାତି ୧୧.୪୫ ସୁଦ୍ଧା ଜରିମାନା ସହ ଫିସ୍ ଦାଖଲ କରିହେବ। ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଫେବ୍ରୁଆରି ୨ ତାରିଖ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Matric-Exam-Form-Fillup-Date-Declared_Thumbnail_2.jpg)