ଭୁବନେଶ୍ବର : ସାମ୍ବାଦିକତା ଓ ଗଣଯୋଗାଯୋଗକୁ କ୍ୟାରିୟର‌୍‌ କରିବାକୁ ଚାହୁଥିବା ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ‘ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡ଼ିଆ ଆଣ୍ତ୍‌ କଲ୍‌ଚର‌୍‌’ (ସୋମାକ୍‌) ପ୍ରଥମ ପସନ୍ଦ ହୋଇ ରହିଆସିଛି। ଏହାର ଛାତ୍ରଛାତ୍ରୀମାନଙ୍କ ପାଇଁ ଗଣମାଧ୍ୟମର ବିଭିନ୍ନ ବିଭାଗ ଯଥା ସମ୍ବାଦପତ୍ର, ରେଡିଓ ଏବ˚ ଟେଲିଭିଜନ ପାଠ୍ୟକ୍ରମର ସୁଯୋଗ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ଲକ୍ଷ୍ୟ କରାଯାଉଛି। ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସମ୍ବାଦ, ରେଡିଓ ଚକଲେଟ୍‌ ଏବ˚ କନକ ଟିଭିରେ କାର୍ଯ୍ୟ କରିବାର ସୁଯୋଗ ପାଇଥାଆନ୍ତି।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସାମ୍ବାଦିକତା ଓ ଗଣଯୋଗାଯୋଗରେ କ୍ୟାରିୟର‌୍‌ କରୁଥିବା ଛାତ୍ରଛାତ୍ରୀମାନେ ସାମ୍ବାଦିକ, ସମ୍ପାଦକ, ରେଡିଓ ଜକି, ଟି.ଭି ବୁଲେଟିନ୍‌ ପ୍ରଡ୍ୟୁସର‌୍‌, ଆଙ୍କର, ରିପୋର୍ଟର, ଲୋକସମ୍ପର୍କ ଅଧିକାରୀ, ଅଧ୍ୟାପକ ପ୍ରଭୃତି ପଦପଦବୀରେ ନିଯୁକ୍ତି ପାଇଥାଆନ୍ତି। ଓଡ଼ିଶାରେ ଦିନକୁ ଦିନ ଅଧିକ ଟେଲିଭିଜନ୍‌ ଚ୍ୟାନେଲ୍‌ ଓ ସମ୍ବାଦପତ୍ର ପ୍ରକାଶ ପାଇ ଚାଲିଛି। ଏହି ସୁଯୋଗ ପିଲାମାନଙ୍କର ନିଯୁକ୍ତି ପାଇବା ସମ୍ଭାବନା ବଢ଼ାଇବା ସହିତ ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢେ଼ଇ ଦେଇଛି। ‘ସୋମାକ୍‌’ର ବାତାନୁକୂଳିତ କ୍ଲାସ୍‌ରୁମ୍‌, କମ୍ପ୍ୟୁଟର, ଲାବରୋଟୋରି, ଲାଇବ୍ରେରି, ଅଡ଼ିଓ ଭିଜୁଆଲ୍‌ ଷ୍ଟୁଡିଓ, ଵାଇଫାଇ ଓ ଷ୍ଟଡିଟୁର‌୍‌ ସୁଯୋଗ ଛାତ୍ରଛାତ୍ରୀମାନଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି କରୁଥିବା ଦେଖାଯାଉଛି।

publive-image

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ‘ସୋମାକ୍‌’ର ନାମଲେଖା ଆବେଦନ ନିମନ୍ତେ ଫର୍ମ ବିକ୍ରୟ ଚାଲିଛି। କୋର୍ସ ସମ୍ପର୍କିତ ଅଧିକ ବିବରଣୀ ତଥା ନାମଲେଖା ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ୦୬୭୪-୨୫୬୨୨୫୯ ଏବ˚ ୭୦୪୫୭୩୭୫୪୪ରେ ଯୋଗାଯୋଗ କରିପାରିବେ। www.ssomac.com  ୱେବ୍‌ସାଇଟ୍‌ରୁ ମଧ୍ୟ ସେମାନେ ଅନ୍‌ଲାଇନ୍‌ ଫର୍ମ ଡାଉନ୍‌ଲୋଡ୍‌ କରିପାରିବେ।

‘ସୋମାକ୍‌’ର ଭୁବନେଶ୍ବର କାର୍ଯ୍ୟାଳୟ ସହ ‘ସମ୍ବାଦ’ର ରାଉରକେଲା, ବାଲେଶ୍ବର, ମୟୂରଭଞ୍ଜ ଏବ˚ ଜୟପୁର ସ˚ସ୍କରଣ କାର୍ଯ୍ୟାଳୟରେ ମଧ୍ୟ ଏହି ଫର୍ମ ମିଳୁଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ରାଉରକେଲା ପାଇଁ ଆଶିଷ ଗଡ଼ନାୟକ (୯୪୩୯୪୮୭୬୫୩), ବାଲେଶ୍ବର ପାଇଁ ରୁଦ୍ରର˚ଜନ ଶେଯପଡ଼ା (୯୮୬୧୦୦୮୯୩୮), ମୟୂରଭଞ୍ଜ ପାଇଁ ରାଜକିଶୋର ଦାଶ (୯୪୩୮୮୬୨୨୧୬), ଜୟପୁର ପାଇଁ ପ୍ରଦୀପ ପ୍ରଧାନ (୮୨୪୯୨୨୨୫୨୭)ଙ୍କ ସହ ଯୋଗାଯୋଗ କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ କଳା, ବିଜ୍ଞାନ, ବାଣିଜ୍ୟ କିମ୍ବା ଯେକୌଣସି ପାଠ୍ୟକ୍ରମରେ +୩ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ‘ସୋମାକ୍’ରେ ନାମ ଲେଖାଇଥାଆନ୍ତି। ‘ସୋମାକ’ରେ ପଢ଼ିବା ଲାଗି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଥାଏ। ମାଟ୍ରିିକ୍‌ରୁ ଯୁକ୍ତି ତିନି ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ସମ୍ବାଦ’ ସ୍କଲାରସିପ୍‌ ବ୍ୟବସ୍ଥା ମଧ୍ୟ ଅଛି, ଯାହାଫଳରେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ଏମ୍‌ଜେଏମ୍‌ସି ପଢ଼ିପାରିବେ ବୋଲି ‘ସୋମାକ୍‌’ର ଅଧ୍ୟକ୍ଷ ଜଣାଇଛନ୍ତି।