ଓଡ଼ିଶା: ମାଛକୁ ତାଜା ରଖିବା ପାଇଁ ଏଥିରେ ମାରତ୍ମକ ଫାର୍ମାଲିନ ବ୍ୟବହାର କରାଯାଉଛି। ଆସାମ ସରକାର ଆନ୍ଧ୍ରା ମାଛ ଉପରେ ବ୍ୟାନ ଲଗାଇବା ପରେଓଡ଼ିଶା ସରକାରଙ୍କ ପକ୍ଷରୁ ବଜାରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ ଦିଆଯାଉଛି କିମ୍ବା ନାହିଁ ତାର ପରୀକ୍ଷା ଆରମ୍ଭ ହୋଇଛି। ଆଜି ପଶୁସମ୍ପଦ ବିଭାଗର ୧୩ ଜଣ କର୍ମଚାରୀ ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ମାଛ ବିକ୍ରୟ କେନ୍ଦ୍ର ୪ ନମ୍ବର ମାଛ ହାଟକୁ ଯାଇ ୮ ପ୍ରକାର ମାଛ ନମୂନା ସଂଗ୍ରହ କରିଛନ୍ତି। ଆଉ ସଂଗ୍ରହ କରାଯାଇଥିିବା ମାଛ ମଧ୍ୟରୁ ପାମ୍ପଲେଟ୍ ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଇଥିବା ପରୀକ୍ଷାରରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଗତ ବୁଧବାର ଦିନ ଆସାମ ସରକାର ମାଛରେ ଫର୍ମାଲିନ ପ୍ରୟୋଗ ହୋଇଥିବାରୁ ଆନ୍ଧ୍ରପ୍ରଦେଶରୁ ଯାଉଥିିବା ମାଛ ଉପରେ ବ୍ୟାନ ଲଗାଇ ଥିଲେ। ଏହି ଫର୍ମାଲିନ୍ ରାସାୟନିକଟି ଶବକୁ ସତେଜ ରଖିବା ପାଇଁ ପ୍ରୟୋଗ ହୋଇଥାଏ ଓ ଏହା କ୍ୟାନସର ରୋଗ ସୃଷ୍ଟି କରିଥାଏ ବୋଲି କୁହାଯାଏ। ତେବେ ଆସାମ ସରକାର ଆନ୍ଧ୍ରମାଛ ଉପରେ ରୋକ୍ ଲଗାଇବା ପରେ ଓଡ଼ିିଶା ସରକାର ମାଛର ନମୂନା ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଏଥିପାଇଁ ଗତକାଲି ପଦକ୍ଷେପ ନେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହି ନିର୍ଦ୍ଦେଶକ୍ରମେ ଆଜି ୪ ନମ୍ବର ମାଛ ହାଟରୁ ମାଛର ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ରାସାୟନିକ ପରୀକ୍ଷାରୁ ସଂଗୃହିତ ମାଛ ମଧ୍ୟରୁ ପାମ୍ପଲେଟ୍ ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଥିବା ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସରକାରଙ୍କୁ ଅବଗତ କରାଯିବ । ଏହା ପରେ ସରକାର ପ୍ରତିକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମତ୍ସ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ପରୀକ୍ଷାରୁ ଧରାପଡ଼ିଲା ସତ: ଭୁବନେଶ୍ୱରରେ ବିକ୍ରିହେଉଥିବା ମାଛରେ ଦିଆଯାଉଛି ଫର୍ମାଲିନ
/sambad/media/post_attachments/wp-content/uploads/2018/07/Bhubaneswar-Fish_Thumbnail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)