ଜେଏମଏମ୍‌ ପୂର୍ବ ଓ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କମିଟି ଗଠନ

ରାଇରଙ୍ଗପୁର: ଆଗାମୀ ସାଧାରଣ ନିର୍ବାଚନ ପାଇଁ  ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନଙ୍କ ସଭାପତିତ୍ବରେ କେନ୍ଦ୍ରୀୟ କାର୍ଯ୍ୟାଳୟ ରାଞ୍ଚିଠାରେ ଜେଏମ୍‌ଏମ୍‌ ଓଡ଼ିଶା ପ୍ରଦେଶ କମଟି ଘୋଷଣା କରିଛନ୍ତି।  ଅଞ୍ଜନୀ ସୋରେନ ଏକ ବର୍ଷରୁ ଅଧିକ ହେବ ଜେଏମ୍‌ଏମ୍‌ର ରାଜ୍ୟ ସଭାପତି ଭାବେ ଦଳ ଚଳାଇ ଆସୁଛନ୍ତି। କିଛିଦିନ ପୂର୍ବରୁ ଦଳରେ ଥିବା ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇ ମୟୂରଭଞ୍ଜ ଜିଲ୍ଲା କମଟି ଗଠନ କରାଯାଇଥିଲା।

କେବଳ ଗୋଟିଏ ଜିଲ୍ଲା ପାଇଁ ଜେଏମ୍ଏମ୍‌ ଜିଲ୍ଲା କମିଟି ଗଠନ କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ସବୁଠାରୁ ବଡ଼ ଜିଲ୍ଲା ହୋଇଥିବାରୁ ଆଜି ପୁଣିଥରେ ୨ଟି ସାଂଗଠନିକ ଜିଲ୍ଲା ନିମନ୍ତେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ୍ ନାଗଙ୍କ ନେତୃତ୍ବରେ ରାଇରଙ୍ଗପୁର ଜେଏମ୍‌ଏମ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ କମିଟି ଗଠନ କରାଯାଇଛି। ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଭାବେ ସନାତନ ମୁଣ୍ତା, ଉପସଭାପତି ଭାବେ ରଣଜିତ୍ ବାସ୍କେ, ଯୋଶବନ୍ତ ବାରିକ, ଅନୱାର ହୁସେନ୍, ମଦନ ମାରାଣ୍ତି, ସମ୍ପାଦକ ଭାବେ ଏସ୍‌କେ ଅବଦୁଲ୍ ମନାନ୍, ସହସମ୍ପାଦକ ଭାବେ ମହେନ୍ଦ୍ର ନାଥ ମୁର୍ମୁ, କାଳୀଚରଣ ଟୁଡୁ, ସୁଗଦା ଚରଣ ଟୁଡୁ, ସୁରୁ ପାହାଡି, ଜୟନାରାୟଣ ହାଁସଦା, ଜିଲ୍ଲା ପ୍ରବକ୍ତା ଭାବେ ସନ୍ତୋଷ କୁମାର ମୁର୍ମୁ, କୋଷାଧକ୍ଷ ଭାବେ ମୋଟା ବିରୁଆ, କାର୍ଯ୍ୟାଳୟ ସମ୍ପାଦକ ମନୋଜ କୁମାର ବିଶ୍ବାଳ, କାର୍ଯ୍ୟକାରିଣୀ ସଦସ୍ୟ ମାଇସା ସୋରେନ, ଦୁର୍ଗା ଚରଣ ସୋରେନ, ଗଙ୍ଗାରାମ୍ ସାଁୟା, ଫାତେ ସୋରେନ, ଯୁବମୋର୍ଚ୍ଚା କମିଟି ସଭାପତି ମଧୁସୁଦନ ସାହୁ, ଉପସଭାପତି ଘନଶ୍ୟାମ ପିଙ୍ଗୁଆ, ଏସ୍‌କେ କାଲୁଆ, ସମ୍ପାଦକ ବିଶ୍ବନାଥ ମହାନ୍ତ, ସହସମ୍ପାଦକ ବାଲିଆ ମାଝୀ, କୋଷାଧ୍ୟକ୍ଷ ପତରସ୍‌ ଲିୟାଙ୍ଗୀ, କାର୍ଯ୍ୟକାରିଣୀ ସଦସ୍ୟ ପୀତାମ୍ବର ମାରାଣ୍ତି, କମରାଜ୍ ବାସ୍କେ, ବିନ୍ଦୁ ହାଁସଦା, ଆନ୍‌ପା ବାସ୍କେ, ଅମୂଲ୍ୟ କୁମାର ମାରାଣ୍ତି, ମଦନ ମାରାଣ୍ତିଙ୍କୁ ମନୋନୀତ କରାଯାଇଛି।

ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମହିଳା ମୋର୍ଚ୍ଚା ନିମନ୍ତେ ସଭାପତି ଭାବେ ଅଦରାନୀ ବେଶ୍ରା, ଉପସଭାପତି ସୁଭାସିନୀ ହାଁସଦା, ସମ୍ପାଦକ ତପସ୍ବିନୀ ବେହେରା, ସହସମ୍ପାଦକ ମୁନି ମାଝୀ ଓ କୋଷାଧ୍ୟକ୍ଷ ଗୀତା ପୂର୍ତ୍ତିଙ୍କୁ ଦଳ ଚୟନ କରିଛି। ସେହିପରି ପୂର୍ବ ମୟୂରଭଞ୍ଜ ଜିଲ୍ଲା ନିମନ୍ତେ ସଭାପତି ଭାବେ ରାମେଶ୍ବର କିସ୍କୁ, ଉପସଭାପତି ଲୋଗନ୍ ଦେବ ସିଂ, ମୋଟାଇ ସିଂ ଗିଲୁବା, ରଣଜିତ୍ କୁମାର ସିଂହ, ମାନସିଂ ମାହାଲି, ଏସ୍‌କେ ହମରାଜ୍, ସମ୍ପାଦକ ପୃଥୁରାଜ୍ ହାଁସଦା, ସହସମ୍ପାଦକ କିଶୋର ହାଁସଦା, ଜୟନ୍ତ ମହାନ୍ତ, କୋଷାଧ୍ୟକ୍ଷ ଦସମତ୍ ମାରାଣ୍ତି, କାର୍ଯ୍ୟକାରିଣୀ ସଦସ୍ୟ ସନାତନ ବେଶ୍ରା, ତ୍ରିଲୋଚନ ସେଠୀ, ଦିଲ୍ଲୀପ ସାହୁ, ଜଗନ୍ନାଥ ମାରାଣ୍ତି, ସତ୍ୟବାନ ପାଲ, ଡାକ୍ତର ସିଂହ, ଟିକଲୁ ସିଂହ, କମଳ ଲୋଚନ ମାରାଣ୍ତି, ରଣଜିତ୍ ଦାସ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ଭାବେ ଏସ୍‌କେ ସାନୱାର, ଉପସଭାପତି ଏମ୍‌ଡି ଜାହିଦ୍‌, ଏସ୍‌କେ ନିଶାର୍,ଏସ୍‌କେ ସାଫିରୁଲ୍, ସମ୍ପାଦକ ଭାବେ ଏସ୍‌କେ ସାଦିମନ୍, ସହସମ୍ପାଦକ ଏସ୍‌କେ ଆରିଫ୍ ହୁସେନ୍, କୋଷାଧ୍ୟକ୍ଷ ଏସ୍‌କେ ଆମଜିଦ୍‌, କାର୍ଯ୍ୟକାରିଣୀ ସଦସ୍ୟ ୟୁନୁସ୍‌ ଖାନ୍, ଏସ୍‌କେ ଆଜନାବି, ଏସ୍‌କେ ରୁସ୍ତମ୍, ଏସ୍‌କେ ଆଲିମୁଦ୍ଦିନ୍, ଏମ୍‌ଡି ଇସଲାମ୍, ଏମ୍‌ଡି ଜିଲାନୀ, ଏସ୍‌କେ ଜିଆଉଲ୍, ଏସ୍‌କେ ସଲିମୁଦ୍ଧିନ୍ , ଏସ୍‌କେ ଜାବରଙ୍କୁ ମନୋନୀତ କରିଛନ୍ତି।

ସମ୍ବନ୍ଧିତ ଖବର