କଟକ : ୱେଲଫେୟାର୍ ଚିଟ୍ଫଣ୍ଡ୍ ଘଟଣାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ଏମ୍. ବିଜୟ ପ୍ରସାଦ ଓରଫ ବିଜୟ ପ୍ରସାଦ ମଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ। ଜାମିନରେ ଛାଡ଼ ପାଇବା ପାଇଁ ସେ ନିମ୍ନ ଅଦାଲତରେ ୩୦ ଲକ୍ଷ ଟଙ୍କାର ସଂପତ୍ତି ଜମା ଦେବେ। ଜାମିନ ପାଇବା ପରେ ତଦନ୍ତରେ ସେ ସହଯୋଗ କରିବେ ବୋଲି ସର୍ତ୍ତାରୋପ କରାଯାଇଛି। ଏଥିସହିତ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ସେ ପଦକ୍ଷେପ ଗ୍ରହଣ କରିବେ। ଯେଉଁ ଜମାକାରୀ ସେମାନଙ୍କ ଜମା ଟଙ୍କା ସଂପର୍କିତ ମୂଳ ନଥିପତ୍ର ଓ ରସିଦ ଦେଖାଇବେ, ସେମାନଙ୍କୁ ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଜୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ୍ ଆର୍. କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜୟଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ବିଜୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ସୌମ୍ୟରଂଜନ ମହାନ୍ତି ସହଯୋଗ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp