ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପୂର୍ବତନ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଜଳନ୍ଧର ମଲ୍ଲିକଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଲୁନା ମହାନ୍ତି ୨ଟି ମାମଲାରେ ୨ ବର୍ଷ ଲେଖାଏଁ କାରାଦଣ୍ଡ ସହ ସମୁଦାୟ ୧୦ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି।
୨୦୨୧ରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପଶୁ ଚିକିତ୍ସାକେନ୍ଦ୍ରରେ ସିଡିଭିଓ ଭାବେ ଦାୟିତ୍ବ ତୁଲାଉଥିବା ବେଳେ ଜଣେ କର୍ମଚାରୀଙ୍କ ବଦଳି କରାଇ ଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ସମୟରେ ଭିଜିଲାନ୍ସ ହାତରେ ଜଳନ୍ଧର ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ କେସ୍ ନଂ ୩୦/୨୦୨୧ ରେ ଦୁର୍ନୀତି ନିରୋଧୀ ଧାରା ଅନୁସାରେ ଗିରଫ ହୋଇଥିଲେ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନସ୍ ଜଜ୍ ମାମଲାର ଏକତ୍ର ଶୁଣାଣି କରି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପୂର୍ବତନ ଭିଜିଲାନ୍ସ ଇନ୍ସପେକ୍ଟର ରବିକାନ୍ତ ସୁନା ଏହି ମାମଲାର ତଦନ୍ତ କରିଥିବା ବେଳେ ଭିଜିଲାନ୍ସ ପିପି ସୁରେନ୍ଦ୍ର ପଣ୍ଡା ଏବଂ ଏବଂ ସହକାରୀ ସ୍ଵତନ୍ତ୍ର ପିପି ପି.କେ ଦୋରା ସରକାରଙ୍କ ତରଫରୁ ଏହି ମାମଲା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)