ସୁନ୍ଦରଗଡ଼: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭଣଜା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କ ପୁଅ ଅମୀୟ କୁମାର ପ୍ରଧାନ ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଟିକଟରେ ବଡ଼ଗାଁ ‘କ’ ଆସନରୁ ଲଢ଼ୁଥିବା ଶ୍ରୀ ପ୍ରଧାନ ବଡ଼ ରାଜନୈତିକ ପରିବାରରୁ ଆସିଥିବାରୁ ତାଙ୍କ ଲଢ଼େଇ ଉପରେ ସାରା ଜିଲ୍ଲାର ନଜର ରହିଛି।

Advertisment

ଅନୁଗୁଳ ନାଲକୋରୁ ଅବସର ନେବା ପରେ ପ୍ରଥମ ଥର ପାଇଁ ସେ ରାଜନୀତିରେ ପାଦ ଦେଇ ବାପା ଗଙ୍ଗାଧରଙ୍କ ଲୋକପ୍ରିୟତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବରେ ନିଶ୍ଚିତ ବିଜୟ ହାସଲ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ତେବେ ମାମୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବାଳ ଅସୁସ୍ଥତା କାରଣରୁ ତାଙ୍କ ପ୍ରଚାରରେ ଆସି ପାରୁ ନଥିବା ପ୍ରକାଶ କରିଛନ୍ତି ଅମୀୟ। ଆଜି ସେ ନିଜ ହାତଗଣତି ସମର୍ଥକଙ୍କ ସହ ଜୋନର ବିଭିନ୍ନ ଗାଁକୁ ଯାଇ ପ୍ରଚାର କରିବା ସହ ଘର ଘର ବୁଲି ଭୋଟି ମାଗିଛନ୍ତି। ନବୀନଙ୍କ ବିକାଶ ଓ ସୁଶାସନର ବାର୍ତ୍ତା ନେଇ ସେ ଭୋଟରଙ୍କ ପାଖରେ ପହଞ୍ଚି ନିର୍ବାଚନରେ ତାଙ୍କୁ ଜିତାଇ ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ଅନୁରୋଧ କରୁଥିବା ଦେଖାଯାଇଛି।