ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଡମ୍ବରୁ ସିସା, ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଲେ ବଣ୍ଡା ସଂପ୍ରଦାୟର ଯୁବନେତା

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଡମ୍ବରୁ ସିସା, ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଲେ ବଣ୍ଡା ସଂପ୍ରଦାୟର ଯୁବନେତା

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବଣ୍ଡା ଅନୁସୂଚିତ ଜନଜାତି ଯୁବନେତା ତଥା ପୂର୍ବତନ ବିଧାୟକ ଡମ୍ବରୁ ସିସା ଗୁରୁବାର ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ସିସା ନିଜର ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ଡମ୍ବରୁ ଅଭିଯୋଗ ଆଣିଛନ୍ତି ଯେ, ୨୦୧୪ ନିର୍ବାଚନରେ ସେ ବିଜୟୀ ହୋଇଥିଲେ ବି ୨୦୧୯ ସାଧାରଣ ନିର୍ବାଚନରେ ଅବହେଳାର ଶିକାର ହୋଇଥିଲେ। ନିର୍ବାଚନ ଲଢ଼ିବା ପାଇଁ ଦଳ ତାଙ୍କୁ ଟିକେଟ୍‌ ଦେଇ ନଥିଲା। ୨୦୨୪ରେ ସେ ବିଜେଡିରୁ ଟିକେଟ ପାଇବା ନେଇ ଆଶାବାଦୀ ଥିଲେ। ଡମ୍ବରୁ ୧୬ ବର୍ଷ ହେଲା ବିଜେଡି ପାଇଁ କାମ କରିଛନ୍ତି। କିନ୍ତୁ ବିଜେଡି ମାଧ୍ୟମରେ ଓଡ଼ିଶା ଓ ଚିତ୍ରକୋଣ୍ଡା ପାଇଁ ସେବା କରିବାକୁ ସୁଯୋଗ ପାଇପାରୁ ନାହାନ୍ତି। ତେଣୁ ସେ ଦଳ ଛାଡ଼ିଛନ୍ତି। ୩୩ ବର୍ଷୀୟ ଡମ୍ବରୁ ହେଉଛନ୍ତି ବଣ୍ଡା ସଂପ୍ରଦାୟର ପ୍ରଥମ ବିଧାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe