ଫୁଲବାଣୀ : ଶନିବାର ଦିନ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ପୂର୍ବତନ ଜଳ ଓ ପରିମଳ ମିସନ୍ କନ୍ସଲ୍ଟାଣ୍ଟ୍ ଉତ୍କଳ କେଶରୀ ବସ୍ତିଆଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଛନ୍ତି।
୨୦୧୫ ମସିହା ମାର୍ଚ୍ଚ ୩୦ରେ ବୌଦ୍ଧ ଜିଲ୍ଲାର ଜିଲ୍ଲା ଜଳ ଓ ପରିମଳ ମିସନ କନସଲ୍ଟାଣ୍ଟ ବସ୍ତିଆ ସ୍ବଚ୍ଛ ଭାରତ ଗ୍ରାମୀଣ ଯୋଜନାରେ ନିର୍ମାଣାଧୀନ ପାଇଖାନାର କାର୍ଯ୍ୟାଦେଶ କରାଇ ଦେବାକୁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ପୁଲିସ ହାତରେ ଧରାପଡ଼ିଥିଲେ।