ପୂର୍ବତନ ସମବାୟ ଅଧିକାରୀ ବିଶ୍ୱପ୍ରକାଶ ମହାପାତ୍ରଙ୍କ ୬୯ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର:: ଓଡିଶା ରାଜ୍ୟ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ବିଶ୍ୱପ୍ରକାଶ ମହାପାତ୍ରଙ୍କ ୬୯ ବର୍ଷ ବୟସରେ ୧୮ ମାର୍ଚ୍ଚ ୨୦୨୨ ଦୋଳ ପୂର୍ଣ୍ଣିମା ଦିନ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି କୋଭିଡ଼ ପରବର୍ତ୍ତୀ ସ୍ୱାସ୍ଥ୍ୟାବସ୍ଥାର ଚିକିତ୍ସା ନେଉଥିବା ବେଳେ ଶ୍ରୀ ମହାପାତ୍ରଙ୍କ ବିୟୋଗ ଘଟିଥିଲା ।

ଶ୍ରୀ ମହାପାତ୍ର ନିଜ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟ ସମବାୟ ବିଭାଗର ପ୍ରାକ୍ତନ ଅତିରିକ୍ତ ସମବାୟ ନିବନ୍ଧକ ରହିବା ସହ ଓସ୍କାର୍ଡ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଦେଶକ, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଏବଂ ଅଡିଟର ଜେନେରାଲ କୋ-ଅପରେଟିଭ ସୋସାଇଟିସ ଭଳି ବହୁ ଉଚ୍ଚପଦସ୍ଥ ପଦବୀରେ କାର୍ଯ୍ୟ ସମ୍ପାଦନା କରିଥିଲେ । ଶ୍ରୀ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସମବାୟ ବିଭାଗ, ଯାଜପୁର ଜିଲ୍ଲା ସ୍ଥିତ ପୈତୃକ ଗ୍ରାମ କେରୁଣା ଏବଂ ଭୁବନେଶ୍ୱର ବମୀଖାଲ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ମିନତୀ ମହାପାତ୍ରଙ୍କ ସମେତ ପୁଅ ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣୀ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ରହିଥିଲେ । ବମୀଖାଲ ଠାରେ ଥିବା ବରିଷ୍ଠ ନାଗରିକ ସଙ୍ଘର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶ୍ରୀ ମହାପାତ୍ରଙ୍କ ବମୀଖାଲ ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଥିଲେ । ଅପରାହ୍ନରେ ଶ୍ରୀ ମହାପାତ୍ରଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ ହୋଇଥିଲା । ଶ୍ରୀ ମହାପାତ୍ରଙ୍କ ଏକମାତ୍ର ପୁତ୍ର ଦେବୀ ପ୍ରସାଦ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

ସମ୍ବନ୍ଧିତ ଖବର