କଟକ : ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତଙ୍କ ସହ ସଂପର୍କ ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ତୃତୀୟ ଥର ପାଇଁ ଗିରଫ ହୋଇଛନ୍ତି। ରଞ୍ଜିତାଙ୍କ ସମେତ ଧଳସାମନ୍ତ ସହଯୋଗୀ ରଣିଆ ସି˚ହ ଓ ସାଇକେଲ୍ ନନାଙ୍କୁ ଗିରଫ କରାଯାଇଛି। ଏମାନେ ଧଳସାମନ୍ତଙ୍କ ଭୟ ଦେଖାଇ ବାଲି ମାଫିଆ, ଠିକାଦାର ଓ ବିଲଡରଙ୍କ ନିକଟରୁ ବଟି ଆଦାୟ କରୁଥିଲେ। ରଣିଆ ବଟି ଟଙ୍କା ଧଳସାମନ୍ତଙ୍କ ବାପାଙ୍କୁ ନେଇ ଦେଉଥିଲା। ଧଳସାମନ୍ତ ଭାଇଙ୍କ ନିର୍ଦ୍ଦେଶକ୍ରମେ ଏମାନେ ତାଙ୍କ ବାପାଙ୍କ ନିକଟରେ ନିୟମିତ ବ୍ୟବଧାନରେ ବଟି ଟଙ୍କା ଜମା କରୁଥିଲେ। ଏଭଳି କାରବାର ସଂପର୍କରେ କମିସନରେଟ୍ ପୁଲିସ ପର୍ଦ୍ଦାଫାସ କରିବା ସହିତ ଧଳସାମନ୍ତଙ୍କ ବାପାଙ୍କ ଘରୁ ନଗଦ ୧ ଲକ୍ଷ ଟଙ୍କାର ବଟି ଟଙ୍କା ଜବତ କରିଛି। ରଞ୍ଜିତା ଓ ସହଯୋଗୀଙ୍କ ନିକଟରୁ କଳା ରଙ୍ଗର ସ୍କୁଟି(ଓଡି ୦୫ ଏନ୍ ୯୩୧୦) ଏବ˚ ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ଏହି କାରବାରର ଅଧିକ ତଦନ୍ତ ଚଳାଇଥିବା ବେଳେ ଗ୍ୟାଙ୍ଗ ସହିତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2020/11/cuttack-arrested-300x202.jpg)
ସୂଚନା ଅନୁଯାୟୀ, ଲାଲବାଗ ଥାନା ଚାନ୍ଦିନୀଚୌକ ଅଞ୍ଚଳର ରଣିଆ ଓରଫ ରଞ୍ଜିତ ସି˚ହ, ବିଡାନାସୀ ଦେଉଳସାହିର ରଞ୍ଜିତା ବିଶ୍ବାଳ ଓ ସାଇକେଲ୍ ନନା ଓରଫ ଗୁଜି ଓରଫ ଗୁନି ଓରଫ ସୁଚିତ୍ର ରଞ୍ଜନ ମହାପାତ୍ର ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ ଏବ˚ ସୁଶିଲ ଧଳସାମନ୍ତଙ୍କ ନିର୍ଦ୍ଦେଶ ମୁତାବକ ବାଲିଘାଟ ମାଲିକ ଓ ଠିକାଦାରଙ୍କ ନିକଟରୁ ବଟି ଆଦାୟ କରୁଥିଲେ। ଏ ସ˚କ୍ରାନ୍ତରେ ଫେଜ୍ ୨ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସିଡିଏ ସେକ୍ଟର ୧୩ ଗଡ଼ା ନିକଟରେ ଏମାନେ ଏକାଠି ହୋଇ ଆଡା ଜମାଇବା ସହିତ ବଟି ଆଦାୟ କରୁଥିଲେ। ଗଲା ୯ ତାରିଖ ରାତି ପ୍ରାୟ ୯ଟା ୨୫ ବେଳେ ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା। ରଞ୍ଜିତା ସମେତ ୩ ଜଣ ଘଟଣାସ୍ଥଳରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ରଣିଆକୁ କାବୁ କରିଥିବା ବେଳେ ରଞ୍ଜିତା ଏବ˚ ସହଯୋଗୀ ସାଇକେଲ୍ ନନା ଓରଫ ଗୁଜ ଏକ ସ୍କୁଟି(ଓଡି ୦୫ ଏନ୍ ୯୩୧୦)ରେ ଫେରାର୍ ହୋଇଯାଇଥିଲେ। ରଣିଆକୁ ଜେରା ପରେ ୯ ତାରିଖରେ ସେମାନେ ସେକ୍ଟର ୧୧ରେ ଥିବା ଏକ ବାଲିଘାଟ ମାଲିକଙ୍କୁ ଦାଦାବଟି ମାଗିଥିଲେ ବୋଲି ସୂଚନା ଦେଇଥିଲା। ସାଇକେଲ୍ ନନା ଗଲା ୪ ଦିନ ତଳେ ଏକ ଲକ୍ଷ ଟଙ୍କାର ଦାଦା ବଟି ଆଦାୟ କରିଥିଲା। ଏହି ଟଙ୍କା ସେ ରଣିଆକୁ ଦେଇଥିଲା। ସାଇକେଲ୍ ନନା ଏବ˚ ରଞ୍ଜିତା ଏକାଧିକ ବିଲଡର, ଠିକାଦାର, ଦୋକାନ ମାଲିକଙ୍କ ଯୋଗାଯୋଗ ନମ୍ବର ନିଜ ପାଖରେ ରଖିଥିଲେ। ଧଳସାମନ୍ତଙ୍କ ଭୟ ଦେଖାଇ ସେମାନେ ବଟି ଆଦାୟ କରୁଥିଲେ। ଏବେ ସୁଶାନ୍ତ ବଲାଙ୍ଗୀର ଜେଲରେ ଥିବା ବେଳେ ସୁଶିଲ ବାଲେଶ୍ବର ଜେଲରେ ଅଛନ୍ତି। ରଣିଆ, ରଞ୍ଜିତା ଓ ସାଇକେଲ୍ ନନା ବଟି ଆଦାୟ କରିବା ପରେ ସିଡିଏ ସେକ୍ଟର ୬ରେ ରହୁଥିବା ଧଳସାମନ୍ତଙ୍କ ବାପାଙ୍କୁ ନେଇ ଦେଉଥିଲେ। ଟଙ୍କା ଦେବାକୁ ଯେଉଁମାନେ ରାଜି ହେଉନଥିଲେ ସେମାନଙ୍କୁ ହତ୍ୟା ଧମକ ଦିଆଯାଉଥିଲା। ଧଳସାମନ୍ତଙ୍କ ଘରେ ପୁଲିସ ଟିମ୍ ଚଢ଼ଉ କରିବା ପରେ ଘରୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ କରିଥିଲା।
ଆଜି କଟକ ସଦର ଏସଡିଜେଏମଙ୍କ କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ରଞ୍ଜିତା ଦାୟର କରିଥିବା ଆବେଦନ ଖାରଜ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଏପିପି ବିଶ୍ବଜିତ ବରାଳ ମାମଲା ପରିଚାଳନା କରିଥିଲେ।
ପୁଲିସ ପକ୍ଷରୁ ମିଳିିଥିବା ସୂଚନା ମୁତବାକ, ରଣିଆ ବିରୋଧରେ ଲାଲବାଗ ଥାନାରେ ଗଲା ଅଗଷ୍ଟ ୧୧ ତାରିଖରେ ଏକ ଅସ୍ତ୍ରଶସ୍ତ୍ର କାରବାର ମାମଲା ଥିବା ବେଳେ ସାଇକେଲ୍ ନନା ବିରୋଧରେ ଲାଲବାଗ ଥାନାରେ ୨୦୧୯ ଏପ୍ରିଲ ୧୩ ତାରିଖରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା। ସେହିଭଳି ରଞ୍ଜିତା ବିରୋଧରେ ୨୦୧୮ ଫେବ୍ରୁଆରି ୨୪ ତାରିଖ ସଦର ଥାନା ଏବ˚ ଚାଉଳିଆଗଞ୍ଜ ଥାନାରେ ୨୦୧୯ ଏପ୍ରିଲ ୧୦ ତାରିଖରେ ଦୁଇଟି ଅସ୍ତ୍ରଶସ୍ତ୍ର କାରବାର ମାମଲା ରୁଜୁ ହୋଇଛି। ୨୦୧୯ରେ ରଞ୍ଜିତାଙ୍କ ବିଡାନାସୀ ଦେଉଳସାହି ଘରୁ ପୁଲିସ ଚଢ଼ଉ କରି ଦୁଇଟି ୯ ଏମଏମ ଏବ˚ ଗୋଟିଏ ୭ ଏମଏମ ପିସ୍ତଲ ଏବ˚ ୫ଟି ଜୀବନ୍ତ ଗୁଳି ଜବତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ranjita-biswal.jpg)