ପଦ୍ମପୁର:  ବିଜେପି ଛାଡି ମଙ୍ଗଳବାର ଶଙ୍ଖ ଧରିଲେ ପାଇକମାଲ ବ୍ଲକ କେର୍ମେଲା ବାହାଲ ପଞ୍ଚାୟତ ବିଜେଢ଼ିହି ଗ୍ରାମର ମୁଖିଆ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଝସକେତନ ବରିହା। ମଙ୍ଗଳବାର ଦିନ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ପଦ୍ମପୁର ନିର୍ବାଚନ ପୂର୍ବରୁ କେର୍ମେଲା ବାହାଲ ପଞ୍ଚାୟତରେ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ।

Advertisment

ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବିଧାୟକ ଓ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ରେ ଥିବା ସୁଶାନ୍ତ ସିଂ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ,ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ,ପୂର୍ବତନ ବିଧାୟକ ଯୋଗେଶ ସିଂ ସମେତ ହଜାର ହଜାର ଲୋକ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ନିର୍ବାଚନ ପୂର୍ବରୁ ଏହା ବିଜୁ ଜନତା ଦଳକୁ ଅଧିକ ସୃଦୃଢ କରିଛି।