ଦାସିଆଅଜା ପାଠାଗାରକୁ ପୂର୍ବତନ ଜିଲ୍ଲାଜଜ୍‌ ପୁରାତନ ପୁସ୍ତକ ଦାନ କଲେ

ଖୋର୍ଦ୍ଧା: ରାଜ୍ୟରେ ପାଠାଗାର ଆନେ୍ଦାଳନର ସ୍ରଷ୍ଟା ଦାଶରଥୀ ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଦ୍ୱାରା ନୟାଗଡ଼ ଉଦୟପୁର ଠାରେ ପ୍ରତିଷ୍ଠିତ ପାଠାଗାର ଓ ସଂଗ୍ରାହଳୟକୁ ଖୋର୍ଦ୍ଧା ସରଧାପୁର ନିବାସୀ ତଥା ଅବସରପ୍ରାପ୍ତ ଜିଲ୍ଲାଜଜ୍ ମହମ୍ମଦ ଅଜମଲ ନିଜ ଜେଜେଙ୍କ ଦ୍ୱାରା ସଂଗୃହିତ ୫ଶହରୁ ଅଧିକ ପୁରାତନ ପୁସ୍ତକ ଅନୁଷ୍ଠାନର ସମ୍ପାଦକଙ୍କ ଉପସ୍ଥିତିରେ ଦାନ ଦେଇଛନ୍ତି ।

ଏନେଇ ମହମ୍ମଦ ଅଜମଲ କହିଛନ୍ତି ଯେ ତାଙ୍କ ଜେଜେ ମହମ୍ମଦ ୟାସିନ ଜଣେ ସାହିତ୍ୟ ଓ ଭାଷାନୁରାଗି ବ୍ୟକ୍ତିଥିଲେ । ୪୫ ବର୍ଷ ପୂର୍ବେ ନିଜ ଘରେ ସାହିତ୍ୟ, ଗଳ୍ପ, ଉପନ୍ୟାସ, ଅନୁବାଦ ପୁସ୍ତକ, ସ୍ୱାଧୀନତା ପୂର୍ବର ଅନେକ ଓଡ଼ିଆ ପୁସ୍ତକ ସଂଗ୍ରହ କରି ଏକ ପାଠାଗାର କରିଥିଲେ । ଏହି ପୁସ୍ତକଗୁଡ଼ିକୁ ସେ ତାଙ୍କ ଜେଜେଙ୍କ ସ୍ମୃତିରେ ଉଦୟପୁର ଠାରେ ଥିବା ଦାଶିଆ ଅଜା ସ୍ମାରକୀ ପାଠାଗାର ଓ ସଂଗ୍ରହାଳୟକୁ ଦାନ କରିଛନ୍ତି । ସେଠାରେ ଏହି ପୁସ୍ତକଗୁଡ଼ିକୁ ନେଇ ତାଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଗ୍ୟାଲେରି ପ୍ରତିଷ୍ଠା କରିବାକୁ ଦାଶିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପୁସ୍ତକଗୁଡ଼ିକ ରାଜ୍ୟର ଅନ୍ୟ ସାହିତ୍ୟାନୁରାଗୀ ଓ ଗବେଷକଙ୍କୁ ସହାୟତା କରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର