କଟକ : ଆୟ ବର୍ହିଭୂତ ସ˚ପତ୍ତି ଠୁଳ ମାମଲାରେ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ କଟକ ଆରଡବ୍ଲୁଏସ୍ ଆଣ୍ଡ ଏସ୍ ଡିଭିଜନ-୨ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଶିବରାମ ବିଶ୍ବାଳଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ଇ)ରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ଅଧିକ ୬ ମାସ ଜେଲ୍ଦଣ୍ଡ ଭୋଗ କରିବାକୁ ପଡ଼ିବ।
୨୦୦୧, ଜୁନ ୨୭ରେ ଶ୍ରୀ ବିଶ୍ବାଳଙ୍କ କାର୍ଯ୍ୟାଳୟ, ଘର ଓ ସଂପର୍କୀୟଙ୍କ ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। କଟକ ଭିଜିଲାନ୍ସ ଥାନା ପକ୍ଷରୁ ପକ୍ଷରୁ ମାମଲାର ତଦନ୍ତ କରାଯାଇ ତାଙ୍କ ବିରୋଧରେ ୨୩ ଲକ୍ଷ ୮୩ ହଜାର ୭୪୬ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠୁଳ ନେଇ ଚାର୍ଜସିଟ ଦାଖଲ କରାଯାଇଥିଲା। ଇତିମଧ୍ୟରେ ଶ୍ରୀ ବିଶ୍ବାଳ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି। କଟକ ଭିଜିଲାନ୍ସ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ସରୋଜ କୁମାର ରାୟ ଘଟଣାର ତଦନ୍ତ କରିଥିବା ବେଳେ ସରକାରଙ୍କ ତରଫରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ବୀରେନ କୁମାର ପଣ୍ଡା ଅଦାଲତରେ ମାମଲା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/jail-2aaa.jpg)