ଭୁବନେଶ୍ବର: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି । ଆଉ ଏହି ଟିମରେ ସ୍ଥାନ ପାଇଛନ୍ତି ହଂକଂ ଦଳରେ ଅଧିନାୟକ ରହିସାରିଥିବା ଅଶୁଂମାନ ରଥ ।
ଜଣେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଏବେ ଓଡିଶା ଦଳରେ ସାମିଲ ହେବା ନିହାତି ଭାବେ ଓଡିଶା ପାଇଁ ଫଳପ୍ରଦ ହେବ । ତେବେ ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ମ୍ୟାଚରେ ଖେଳିପାରନ୍ତି ଅଶୁଂମାନ ।
ଅଶୁଂମାନ ୨୦୧୪ରେ ହଂକଂ ଦଳରେ ଡେବ୍ୟୁ କରିଥିଲେ । ପରେ ଏସିଆ କପରେ ଅଧିନାୟକ ଭାବେ ହଂକଂ ପକ୍ଷରୁ ଖେଳିଥିଲେ । ଏସିଆ କପରେ ଭାରତ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ଅଂଶୁମାନ ।
ସେ ୯୭ ବଲରୁ ୭୩ ରନ ସଂଗ୍ରହ କରିଥିଲେ । ପରେ ୨୦୧୯ରେ ସେ ହଂକଂ କ୍ରିକେଟରୁ ଅବସର ନେଇ ଓଡିଶା ଚାଲିଆସିଥିଲେ । ଆଉ ଏବେ ଘରୋଇ କ୍ରିକେଟରେ ଯୋଗ ଦେଇଛନ୍ତି ।
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଘୋଷଣା ହୋଇଥିବା ଓଡିଶା ଦଳରେ ଅଧିନାୟକ ରହିଛନ୍ତି ରାଜେଶ ଧୂପର । ତେବେ ଅଶୁଂମାନଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳିଙ୍କ ସହ ଖେଳିବା ନିହାତି ଓଡିଶା ଟିମ ପାଇଁ ଫଳପ୍ରଦ ରହିବ । ଓଡିଶା ତାର ପ୍ରଥମ ମ୍ୟାଚ ନଭେମ୍ବର ୪ ତାରିଖରେ ଗୋଆକୁ ଭେଟିବ ।
ହଂକଂ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି
/sambad/media/post_attachments/wp-content/uploads/2021/10/Hong-Kong-Captain-in-Odisha-Team_Thumbnail.jpg)