ପୂର୍ବତନ ମାଓ ନେତ୍ରୀ ଥାନାରେ ହାଜର

ଦେବଗଡ଼: ପୂର୍ବତନ ମାଓ ନେତ୍ରୀ ତଥା ବର୍ତ୍ତମାନ ସମାଜର ମୁଖ୍ୟ ସ୍ରୋତରେ ସାମିଲ ସୁଜତା ଓରଫ କୋଲେଷ୍ଟିନା ମିଞ୍ଜଙ୍କ ବିରୋଧରେ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସୋମବାର ସେ ଦେବଗଡ ଥାନାରେ ବ୍ୟକ୍ତିଗତ ଭାବେ ଆତ୍ମସମର୍ପଣ କରିବା ପରେ ଜାମିନରେ ଖଲାସ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନାନୁଯାୟୀ ଦେବଗଡ ଥାନା ମେଣ୍ଡିଆକାନୀ ଗ୍ରାମର ଲୋକାଶ ମିଞ୍ଜଙ୍କ ଝିଅ ସୁଜାତା ୨୦୦୭ ମସିହାରେ ମାଓ ଗତିବିଧିରେ ସଂପୃକ୍ତି ଥିବା ନେଇ ଦେବଗଡ ଥାନାରେ ତାଙ୍କ ନାମରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା। ତାଙ୍କ ନାମରେ ରୁଜୁ ମାମଲା କୋର୍ଟରେ ଶୁଣାଣି ଚାଲିଥିବା ବେଳେ ସେ କୋର୍ଟରେ ହାଜର ହେଉ ନଥିଲେ। ଏ ନେଇ ତାଙ୍କ ନାମରେ ଦେବଗଡ ଥାନା ପକ୍ଷରୁ ନୋଟିସ ଜାରି ହୋଇଥିଲା। ନୋଟିସ ଜାରି ପରେ ସୋମବାର ସେ ଥାନାରେ ହାଜର ହୋଇଥିଲେ।

ସମ୍ବନ୍ଧିତ ଖବର