ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ୬୭ ବର୍ଷ ବୟସରେ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା ଯ଼ୋଗୁଁ ସେ ଚିକିତ୍ସିତ ହେଉଥିଲେ ।

ଭଦ୍ରକ ଜିଲ୍ଲାର ବାସୁଦେବପୁରରୁ ୬ ଥର ବିଧାୟକଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ, ରାଜସ୍ବ, ଜଙ୍ଗଲ ଓ ପରିବେଶ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀଭାବେ କାର୍ୟ୍ୟ କରିଥିଲେ । ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ।

ସେ ଜନତା ଦଳ ଟିକେଟରୁ ଦୁଇଥର ଓ ବିଜୁ ଜନତା ଦଳ ଟିକେଟରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିବା ଶ୍ରୀ ରାଉତରାୟ ବିଜେଡ଼ିର କେତେକ ଜଣ ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।

ସମ୍ବନ୍ଧିତ ଖବର