ଭୁବନେଶ୍ଵର: ଅସୁସ୍ଥ ହୋଇ ପଡିଛନ୍ତି ଓଡିଶାର ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି । ହୃଦରୋଗରେ ପୀଡ଼ିତ ଥିବା ଡମ୍ପରୁଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ ଆର୍ଥିକ ସହାୟତା ମାଗିଛନ୍ତି । ବର୍ତ୍ତମାନ ସେ ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବାକୁ କହିଛନ୍ତି । ଏଥିପାଇଁ ପ୍ରାୟ ୨୫ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଡମ୍ବରୁଙ୍କ ପରିବାର ଆର୍ଥିକ ସ୍ତରରେ ଅସହାୟତା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପରିବାର ଲୋକ ଚିଠି ଲେଖିଛନ୍ତି ।
/sambad/media/post_attachments/wp-content/uploads/2020/01/Capture-1-300x266.jpg)
ନବରଙ୍ଗପୁର ରାଜନୀତି ସମେତ ଦକ୍ଷିଣ ଓଡିଶା ରାଜନୀତିରେ ବେଶ ପ୍ରଭାବଶାଳୀ ରହି ଆସିଛନ୍ତି ଡମ୍ବରୁ । ବିଜେଡି ଟିକେଟରେ ନିର୍ବାଚନ ଜିତି ସେ ମନ୍ତ୍ରୀ ବି ବନିଥିଲେ । ଅବଶ୍ୟ ପରେ ଦଳ ବଦଳ ଚିତ୍ର ଆସିଥିଲା ।
ହେଲେ ଦିନେ ରାଜନୀତିର ପୋଖତ ଖେଳାଳି ଥିବା ଡମ୍ବରୁ ଆଜି ହସ୍ପିଟାଲରେ ଶଯ୍ୟାଶାୟୀ ହୋଇପଡିଛନ୍ତି । ଆଉ ତାଙ୍କ ପାଇଁ ତୁରନ୍ତ ଆର୍ଥିକ ସହାୟତା ମିଳିଲେ ହିଁ ଅପରେସନ ସମ୍ଭବପର ହୋଇପାରିବ ବୋଲି ପରିବାର ସଦସ୍ୟ କହିଛନ୍ତି । ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଡମ୍ବରୁଙ୍କ ପରିବାର ସଦସ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/2-2.jpg)