ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଅସୁସ୍ଥ 

ରାୟଗଡ଼ା: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପ ବାଚସ୍ପତି ଲାଲ ବିହାରୀ ହିମିରିକା ଅସୁସ୍ଥ ହୋଇ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ରାତିରେ ଶ୍ରୀ ହିମିରିକା ଅସୁସ୍ଥ ଅନୁଭବ କରିବା ପରେ ପରିବାର ଲୋକ ମେଡ଼ିକାଲ୍ ନେଇଥିଲେ। ପେଟରେ ଗ୍ୟାସ ସମସ୍ୟା ସହ ଝାଡ଼ା ଓ ପରିଶ୍ରା ଠିକ୍ ଭାବେ ହେଉ ନଥିବାରୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଭେଷଜ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦେ ଚିକିତ୍ସା କରିବା ପରେ ଶ୍ରୀ ହିମିରିକାଙ୍କ ଦେହ ବର୍ତ୍ତମାନ ସୁସ୍ଥ ଥିବା ସିଡିଏମଓ ଡା. ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

ଶ୍ରୀ ହିମିରିକାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ସଂର୍ପକରେ ସୂଚନା ପାଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାଶ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଶ୍ରୀ ହିମିରିକାଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଶ୍ରୀ ହିମିରିକା ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିବାରୁ ନିୟମିତ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର