କୋଟପାଡ଼: ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର ଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଢାମଣାହାଣ୍ଡି ଗ୍ରାମର ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କ ସହ ସମ୍ପର୍କୀୟ ଶାନ୍ତିଲତା ମାଝୀ, ପାର୍ବତୀ ମାଝୀ ଓ ସାନଟୁକିଙ୍କ ସହ ମିଶି ଆମଟ ତରକାରୀ (ଏକ ପ୍ରକାର ଆଦିବାସୀ ଖାଦ୍ୟ) ଖାଇ ଥିଲେ। ଏହି ତରକାରୀ ଖାଇବା ପରେ ପ୍ରଥମେ ପଦ୍ମିନୀ ବାନ୍ତି କରିଥିଲେ। ତାଙ୍କ ସହ ଆମଟ ଖାଇଥିବା ଅନ୍ୟମାନେ ବି ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ।
ବିଷାକ୍ତ ଖାଦ୍ୟ ପ୍ରଭାବ
କୋରାପୁଟ ବଡ଼ ମେଡିକାଲରେ ଚିକିତ୍ସା ଜାରି
ସମସ୍ତଙ୍କୁ ପ୍ରଥମେ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଜି ସଂଧ୍ୟା ପ୍ରାୟ ୭ଟା ୩୦ରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜୟପୁରରେ ତାଙ୍କ ସମ୍ପର୍କୀୟ ପାର୍ବତୀ ମାଝୀଙ୍କ ମୃତ୍ୟୁ ଘଟିଥିଲା। ପୂର୍ବତନ ମନ୍ତ୍ରୀଙ୍କ ସହ ଅନ୍ୟ ୨ ଜଣଙ୍କୁ କୋରାପୁଟ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ବି ପଦ୍ମିନୀଙ୍କ ସହ ଅନ୍ୟ ୨ ଗୁରୁତର ଥିବା ଜଣାପଡ଼ିଛି। ତେବେ କୋରାପୁଟ ବଡ଼ ମେଡିକାଲରେ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/padmini-2025-10-28-01-33-48.jpg)