ବିଆର୍‌ଏସ୍‌ରେ ଯୋଗଦେଲେ ପୂର୍ବତନ ବିଧାୟକ ଅର୍ଜୁନ ଦାସ

ଯାଜପୁର/ବିଂଝାରପୁର : ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଂଝାରପୁରର ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଦାସ ବିଆରଏସ୍‌ରେ ଯୋଗ ଦେଇଛନ୍ତି। ଶ୍ରୀ ଦାସ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ବିଂଝାରପୁରର ବିଧାୟକ ଥିଲେ। ତାଙ୍କ ବାପା ପୂର୍ବତନ ସାଂସଦ ଅନାଦି ଦାସ ଲଗାତର ଯାଜପୁର ଲୋକସଭା ଆସନରୁ ବିଜୟୀ ହୋଇ ରେକର୍ଡ କରିଥିଲେ। ଶ୍ରୀ ଦାସ ଦୀର୍ଘ ‌ଦିନ ହେଲାଣି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ବେଳେ ଏବେ ବିଆରଏସ୍‌ରେ ଯୋଗଦେବା ଘଟଣା ଚର୍ଚ୍ଚାକୁ ଆସିଛି।

ବିଶେଷ କରି ବିଆରଏସ୍‌ରେ ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗ ଦେଉଥିବା ବେଳେ ଏହି ସଙ୍ଗଠନର ପ୍ରଭାବ ଜିଲ୍ଲାରେ ବେଶ ରହିଛି। ସେହି ଦୃଷ୍ଟିରୁ ଶ୍ରୀ ଦାସଙ୍କ ଯୋଗଦାନ ଜିଲ୍ଲାର ରାଜନୀତିରେ କି ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର