ପୂର୍ବତନ ବିଧାୟକ ଅରୁଣ ଦେ ଅସୁସ୍ଥ

ବାଲେଶ୍ବର: ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ଅରୁଣ ଦେ ଅସୁସ୍ଥ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଶ୍ରୀ ଦେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିଲା। ତେବେ ତାଙ୍କୁ ଏବେ ଆଇସିୟୁ ରଖାଯାଇଥିବା କୁହାଯାଇଛି। ଏହି ସୂଚନା ପାଇବା ପରେ ବିଭିନ୍ନ ମହଲ ଶ୍ରୀ ଦେଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର