ଫୁଲବାଣୀ‌: ଏକ ଡକାୟତି ଓ ଜବରଦସ୍ତ ଟଙ୍କା ଛଡ଼ାଇ ନେବା ମାମଲାରେ ଆଜି ଫୁଲବାଣୀ ଟାଉନ୍ ଥାନା ପୁଲିସ ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିଛି। ତାଙ୍କର ସହଯୋଗୀ କୁହାଯାଉଥିବା ଆଇଆର୍‌ ବାଟାଲିୟନ୍‌ରେ କାର୍ଯ୍ୟରତ ପୁଲିସ ହାବିଲଦାର୍ ଶ୍ରୀନିବାସ କହଁରଙ୍କୁ ମଧୢ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦେବେନ୍ଦ୍ରଙ୍କ ସହ ଶ୍ରୀନିବାସଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଫୁଲବାଣୀ ଏସଡିଜେଏମ କୋର୍ଟର ସରକାରୀ ଅଧିବକ୍ତା ଗୌରୀ ଶ˚କର ବେହେରା ସୂଚନା ଦେଇଛନ୍ତି। ଦେବେନ୍ଦ୍ର ଓ ଅନ୍ୟମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋ୍ଡ଼ର ଧାରା ୩୪୧/୩୨୩/୩୮୪/୩୯୫/୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି।

Advertisment

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କାଙ୍କିଲି ଗ୍ରାମର କାମାକ୍ଷା ବେହେରା ତାଙ୍କର କିଛି ବନ୍ଧୁଙ୍କ ସହିତ ମିଶି ଗତ ୯ ତାରିଖ ଦିନ କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ଅଧୀନ କାଶୀନିପଦର ଗ୍ରାମରେ ରହୁଥିବା ତାଙ୍କର ଜଣେ ସ˚ପର୍କୀୟଙ୍କ ଘରକୁ ଯାଉଥିଲେ। ସେମାନେ ଠିକ୍‌ ଭାବେ ରାସ୍ତା ଜାଣି ନଥିବାରୁ ସ୍ଥାନୀୟ ଲୋକଙ୍କୁ ବାଟ ପଚାରି ଯାଉଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ କଟ୍ରିଙ୍ଗିଆ-ଉର୍ମାଗଡ଼ ରାସ୍ତରେ ଦେବେନ୍ଦ୍ର ଓ ତାଙ୍କର କିଛି ସାଥୀ ନିଜକୁ ପୁଲିସ ବୋଲି ପରିଚୟ ଦେଇ କାମାକ୍ଷା ଓ ତାଙ୍କ ସାଥୀ ମାନଙ୍କୁ ବାଟରେ ଅଟକାଇ ସେମାନେ କିଏ ବୋଲି ପଚାରିଥିଲେ। କାମାକ୍ଷା ସମସ୍ତଙ୍କ ପରିଚୟ ଦେବା ସତ୍ତ୍ବେ ସେମାନେ ଛାଡ଼ି ନଥିଲେ। ଏପରିକି ତାଙ୍କ ସହିତ ଥାନାକୁ ଚାଲ ବୋଲି ବାଧୢ କରିଥିଲେ। ପରେ ସେମାନେ ସମସ୍ତଙ୍କୁ ଫୁଲବାଣୀ କୋର୍ଟଛକ ସ୍ଥିତ ଏକ ଘରେ ଜୋର୍‌ଜବରଦସ୍ତ ବନ୍ଦ କରି ରଖିବା ସହ ମାରପିଟ କରିଥିଲେ ବୋଲି କାମାକ୍ଷା ଏତଲାରେ ଦର୍ଶାଇଛନ୍ତି। ଏଥିସହ ଦେବେନ୍ଦ୍ର ଓ ଅନ୍ୟ ଅଭିଯୁକ୍ତ ମାନେ କମାକ୍ଷାଙ୍କ ସାଙ୍ଗ ଜାମିଲଙ୍କଠାରୁ ୧୦ ହଜାର ଟଙ୍କା ଛଡାଇ ନେଇଥିଲେ। ଅନ୍ୟ ଜଣେ ସାଙ୍ଗ ଖାଲିଦଙ୍କୁ ନିକଟସ୍ଥ ଏଟିଏମକୁ ନେଇ ଜବରଦସ୍ତ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। କାମାକ୍ଷା ଏନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବାରେ ପୁଲିସ କେସ ନ˚ ୨୪ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୂର୍ବତନ ବିଧାୟକଙ୍କ ଏହି କାରନାମା ଓ ଗିରଫଦାରୀ ଫୁଲବାଣୀରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, ଗତ ୨୦୧୮ ମସିହାରେ ମଧୢ ଜଣେ ମହିଳାଙ୍କୁ ମାରପିଟ୍‌ କରିବା ଅଭିଯୋଗରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ମଧୢ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ପର୍ଯ୍ୟଟକଙ୍କୁ ମାଡ଼ ମାରି ଜୋରଜବରଦସ୍ତ ଟଙ୍କା ଆଦାୟ ଓ ଡକାୟତି ଭଳି ସଙ୍ଗିନ୍ ଅଭିଯୋଗରେ ସମ୍ପୃକ୍ତ ଥିବା ଦୁଇ ଆଇଆରବି ଯବାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ। ଏହି ଦୁଇ ଯବାନ ହେଲେ ଡେପୁଟି ସୁବେଦାର ଶିବବ୍ରତ ବେହେରା ଓ ହାବିଲଦାର ଶ୍ରୀନିବାସ କହଁର। ଏମାନଙ୍କ ବିରୋଧରେ ନିଜକୁ ପୁଲିସ କର୍ମଚାରୀର ପରିଚୟ ଦେଇ ବାହାରୁ ଆସିଥିବା ଲୋକଙ୍କୁ ଧମକାଇବା ସହିତ ମାଡ଼ ମାରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିବା ପରେ ଏସ୍.ପି ଶ୍ରୀ ଅଗ୍ରୱାଲ ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ,ଏମାନଙ୍କ ମଧୢରୁ ଶ୍ରୀନିବାସ ଆଜି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟଜଣେ ଫେରାର ଅଛି।