ବୌଦ୍ଧ : ରାଜନେତା, ନେତା ବିଧାୟକଙ୍କ ସମ୍ପତ୍ତି କହିଲେ ଯେ କେହିବି ଭାବିବ ବଡ଼ ବଡ଼ କୋଠା ଘର ଓ ଦାମୀ ଗାଡ଼ି ନିଶ୍ଚୟ ଥିବ। ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ଆଜିର ତାରିଖରେ ନେତା ଠାଣି ଦେଖିଲେ ଏହା ସ୍ୱଭାବିକ କଥା। ମାତ୍ର ସାଧାରଣରେ ଥିବା ଏହି ଧାରଣାରେ ମଧ୍ୟ ଅନେକ ସମୟରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ବୌଦ୍ଧର ପୂର୍ବତନ ବିଧାୟକ ସ୍ୱର୍ଗତ ଅନିରୁଦ୍ଧ ଦୀପଙ୍କ ପରିବାର ଯେଉଁଭଳି ଦୁର୍ଦ୍ଦିନରେ ଚଳୁଛନ୍ତି ହୁଏତ ଆଖିର ନଦେଖି କେହି ବିଶ୍ୱାସ କରିବେନି। ତୃତୀୟ ସାଧାରଣ ନିର୍ବାଚନରେ ବୌଦ୍ଧ ସଂରକ୍ଷିତ ଆସନରୁ ବିଜୟୀ ହୋଇ ଶ୍ରୀ ଦୀପ ୧୯୬୧-୬୭ରେ ବିଧାୟକ ରହିଥିଲେ। ଅଞ୍ଚଳବାସୀଙ୍କ ଦୁଃଖ ଓ ସମସ୍ୟାକୁ ବିଧାନସଭାରେ ଉଠାଉ ଥିଲେ। ଆଜି କିନ୍ତୁ ତାଙ୍କ ପରିବାରର ଦୁଃଖ ବୁଝିବାକୁ କେହି ନାହିଁ। ଅନିରୁଦ୍ଧଙ୍କ ଦୁଇ ପୁଅ ମଧ୍ୟରୁ ବଡ଼ ପୁଅଙ୍କ ମଧ୍ୟ ପରଲୋକ ହୋଇ ସାରିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜବଲପୁର ଗାଁରେ ବିଧବା ବୋହୂ ପ୍ରେମଞ୍ଜାନି ଦୀପ(୫୫) ଏବଂ ତାଙ୍କ ଗୋଟିଏ ୧୮ବର୍ଷର ପୁଅ, ପ୍ରାପ୍ତବୟସ୍କ ଝିଅଙ୍କ ସମେତ ତିନି ପ୍ରାଣୀ ରହୁଛନ୍ତି। ପ୍ରେମଞ୍ଜାନିଙ୍କୁ ମିଳୁଥିବା ବିଧବା ଭତ୍ତା ଟଙ୍କାରେ କୁଟୁମ୍ବ ଚଳୁଛନ୍ତି। ପରିସ୍ଥିତି ଏପରି ଯେ ଅର୍ଥାଭାବରୁ ଝିଅର ବିବାହ କରେଇ ପାରୁ ନଥିବା ବେଳେ ଏକମାତ୍ର ପୁଅ କାମଧନ୍ଦା ଅନ୍ବେଷଣରେ ବାହାରକୁ ଯାଇଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଭଙ୍ଗା ଦଦରା ତାରପୋଲିନ ଘରେ କାଳ କାଟୁଛନ୍ତି ବିଧାୟକଙ୍କ ପରିବାର।
ଦୟନୀୟ ଅବସ୍ଥାରେ ବିଧାୟକ ସ୍ୱର୍ଗତ ଅନିରୁଦ୍ଧଙ୍କ ପରିବାର : ଭଙ୍ଗା ଦଦରା ତାରପୋଲିନ ଘରକୁ ଭତ୍ତା ଟଙ୍କା ଭରସା
/sambad/media/post_attachments/wp-content/uploads/2019/10/exmla-family.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)