ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

ରାଉରକେଲା: ତଲସରା ବିଧାନସଭା ଆସନରୁ ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ୯୦ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଗଦାସ୍ଥିତ ସିଡବ୍ଲୁଏସ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରହ୍ଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଅଂଚଳରେ ଜଣେ ଭଲ ନେତା ଭାବେ ଗଙ୍ଗାଧରଙ୍କର ନାଁ ଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ଜଣେ ଚାଷୀ ନେତା ଭାବେ ସେ ସବୁବେଳେ ଆଦିବାସୀଙ୍କ ବିକାଶ ଚିନ୍ତା କରୁଥଲେ। ଗଙ୍ଗାଧର ୧୯୭୨ରେ କଂଗ୍ରେସରେ ଯୋଗଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବାରଗାଓ ବ୍ଲକର ରାୟଡିହ ଗ୍ରାମରେ ସେ ୧୯୨୯ ଜୁନ ୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ମଙ୍ଗର ପ୍ରଧାନ ଥିଲେ ଏବଂ ସେ ଲାବଣ୍ୟପ୍ରଭା ପ୍ରଧାନଙ୍କୁ ବିବାହ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଥିବା ବେଳେ ଶିକାର କରିବାକୁ ସେ ଭଲ ପାଉଥିଲେ। ଗଙ୍ଗାଧର ଅବସର ସମୟରେ ବଂଶୀବାଦନ କରୁଥିଲେ।

ସମ୍ବନ୍ଧିତ ଖବର