ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

କଟକ: ଅବିଭକ୍ତ କଟକ ଜିଲ୍ଲାର ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ବହୁଦିନରୁ ଅସୁସ୍ଥ ଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ୧୯୮୫ ମାର୍ଚ୍ଚ ୯ରୁ ୧୯୯୦ ମାର୍ଚ୍ଚ ୩ ପର୍ଯ୍ୟନ୍ତ ବିିଧାୟକ ଥିଲେ। ସେ ୧୯୩୩ ଏପ୍ରିଲ ୨୫ରେ ଜନ୍ମଗ୍ରହଣ କରିଥିଲେ। ଅଟୋମୋବାଇଲ ଇଞ୍ଜିନିୟରିଂ ପଢ଼ିଥିବା ନିତ୍ୟାନନ୍ଦ ତତ୍କାଳୀନ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ। ରାଜନୀତି ବ୍ୟତୀତ ସାହିତ୍ୟ ଓ ସମାଜସେବା କ୍ଷେତ୍ରକୁ ମଧ୍ୟ ତାଙ୍କର ଅବଦାନ ରହିଛି । ତାଙ୍କର ମୃତ୍ୟୁରେ କଟକ ସହର ସମେତ ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ନିତ୍ୟାନନ୍ଦଙ୍କ ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ନେତା, ପ୍ରଶାସକ, ବୁଦ୍ଧିଜୀବୀଙ୍କ ଭିଡ଼ ଲାଗିଛି।

 

ସମ୍ବନ୍ଧିତ ଖବର