ଭୁବନେଶ୍ବର : ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପାଳଲହଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ରବି ନାରାୟଣ ପାଣି। ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ଲଗାତାର ଭାବେ ଶ୍ରୀ ପାଣି ନବୀନ ନିବାସ ଆସୁଥିଲେ। ତାଳଚେର କିମ୍ବା ପାଳଲହଡ଼ା ବିଧାନସଭା ପାଇଁ ଦଳୀୟ ଟିକେଟ ଆଶାୟୀ ଥିବା ନେଇ କହିଥିଲେ ସଭାପତି ଯଦି ନିର୍ବାଚନ ଲଢ଼ିବାକୁ ନିର୍ଦ୍ଦେଶ ଦେବେ ତାହେଲେ ଲଢ଼ିବି । ଯେହେତୁ ବିଜେଡି ସୁପ୍ରିମୋ ଦୁଇ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ତାଙ୍କୁ ଦେଇଛନ୍ତି ସେ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ନମିଳିଲେ ଦଳର ସାଂଗଠନିକ ଦାୟିତ୍ବ ତୁଲାଇବେ ବୋଲି କହିଥିଲେ। ଏବେ ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଅସନ୍ତୁଷ୍ଟ ହୋଲି ଶ୍ରୀ ପାଣି ବିଜେଡି ଛାଡ଼ିଥିବା ଚର୍ଚ୍ଚା ହେଉଛି।
ବିଜେଡି ଛାଡ଼ିଲେ ରବି ପାଣି
/sambad/media/post_attachments/wp-content/uploads/2019/04/Rabi-Pani.jpg)