କଟକ : ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ସାକ୍ଷୀଙ୍କ ତାଲିକା ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫, ନଭେମ୍ବର ୨୭ରେ ବାଲିଘାଟରୁ ଏକ ଶବ ଉଦ୍ଧାର ହୋଇଥିଲା। ବଡଗଡ ଥାନା ପୁଲିସ ଦୀର୍ଘ ବର୍ଷ ପରେ ଏହି ଘଟଣାରେ ଶ୍ରୀ ଜେନା ସଂପୃକ୍ତ ଥିବା ଦର୍ଶାଇଥିଲା। ଏହି ମାମଲାରେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର ମାମଲା ପରିଚାଳନା କରୁଛନ୍ତି। ଶ୍ରୀ ଜେନାଙ୍କ ବିରୋଧରେ ପୁଲିସ ୭୦ରୁ ଅଧିକ ମାମଲା ରୁଜୁ କରିଥିବାବେଳେ ୩୫ଟି ମାମଲାରେ ସେ ନିର୍ଦ୍ଦୋଶରେ ଖଲାସ ହୋଇସାରିଲେଣି। ଅବଶିଷ୍ଟ ମାମଲାରୁ ଅଧିକାଂଶରେ ସେ ଜାମିନ ପାଇ ସାରିଛନ୍ତି।
ରମେଶ ଜେନାଙ୍କ ଜାମିନ ଶୁଣାଣି ଘୁଞ୍ଚିଲା
/sambad/media/post_attachments/wp-content/uploads/2018/02/Ramesh-Jena-going-to-BBSR-Court-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)