କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା(୬୫)ଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଆଜି ଦିନ ପ୍ରାୟ ୧୦ଟା ବେଳେ ପରଲୋକ ଘଟିଛି। ସେ ବହୁ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅ, ଝିଅ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ପରିଡ଼ାଙ୍କ ଶେଷ ଦର୍ଶନ କରିବା ସହିତ ଶୋକପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ୍ ଖମୋଳ ପଞ୍ଚାୟତ ସଲାର ଗ୍ରାମରେ ୧୯୬୧ ଜାନୁଆରି ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପରିଡ଼ା ୨୦୦୪ରୁ ୨୦୦୯ଯାଏ କେନ୍ଦ୍ରାପଡ଼ାର ବିଧାୟକ ଥିଲେ। ଓଡ଼ିଶା ଗଣପରିଷଦ-କ˚ଗ୍ରେସ ମେଣ୍ଟ ସମୟରେ ସେ ଏହି ଆସନରୁ ଓଜିପି ପ୍ରାର୍ଥୀ ରୂପେ ଲଢ଼ି ଦିବଂଗତ ବେଦପ୍ରକାଶ ଅଗ୍ରଵାଲ୍ଙ୍କୁ ହରାଇଥିଲେ। ଏହାପୂର୍ବରୁ ୨୦୦୦ ମସିହାରେ ଏହି ଆସନରୁ ସ୍ବାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ। ଛାତ୍ରାବସ୍ଥାରୁ ସେ ରାଜନୀତିରେ ପାଦ ଦେଇ ୧୯୮୨ରେ ସାଲେପୁର କଲେଜ ଛାତ୍ର ସ˚ସଦର ସଭାପତି ହୋଇଥିଲେ।
ପରବର୍ତ୍ତୀ ସମୟରେ ୧୯୯୩ରୁ ୧୯୯୭ଯାଏ ଡେରାବିଶ ପଞ୍ଚାୟତ ସମିତିର ଅଧୢକ୍ଷ ଥିଲେ। ଜନତା ଦଳର ଟାଣୁଆ ନେତା ଭାବେ ସାରା ଜିଲ୍ଲାରେ ଟୁଲୁ ଭାଇ ନାଁରେ ସେ ପରିଚିତ ଥିଲେ। ପରବର୍ତ୍ତୀ ସମୟରେ ସେ ଓଜିପିରୁ ବିଧାୟକ ହୋଇଥିବା ବେଳେ ପରେ ଏନ୍ସିପିରେ ଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ୍ ହୋଇ ପାଟକୁରା ଆସନରୁ ଲଢ଼ିବାକୁ ଆଶାୟୀ ଥିଲେ। ମାତ୍ର ଦଳ ତାଙ୍କୁ ଟିକଟ୍ ନ ଦେବାରୁ ସେ ବିଜେଡିରେ ସାମିଲ୍ ହୋଇଥିଲେ ଏବ˚ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ହୋଇଥିଲେ। ତତ୍କାଳୀନ ବିଜେଡି ସରକାରର ପଞ୍ଚମ ପାଳିରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା ମଧୢ ନିଯୁକ୍ତ ହୋଇଥିଲେ। ଜିଲ୍ଲା ସଭାପତି ହିସାବରେ କେନ୍ଦ୍ରାପଡ଼ାରେ ୨୦୨୨ ପଞ୍ଚାୟତ ନିର୍ବାଚନ ତାଙ୍କରି ନେତୃତ୍ବରେ ବିଜେଡି ଲଢ଼ି ୩୨ରୁ ୩୧ଜିଲ୍ଲା ପରିଷଦ ଆସନ ହାତେଇଥିଲା।
ଉତ୍କଳକେଶରୀଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ବିଜୟ ମହାପାତ୍ର, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଅ˚ଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ଡେରାବିଶ ବ୍ଲକ୍ ଚେୟାରମ୍ୟାନ୍ ସରୋଜକାନ୍ତ ସାହୁ, ବିଜେଡି ନେତା ରାଜେଶ ପଣ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ପରିଡ଼ାଙ୍କ ଶେଷଦର୍ଶନ କରିଛନ୍ତି। ଭୁବନେଶ୍ବରରୁ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଅଣାଯାଇ ସାଲେପୁର କଲେଜ, ଚାନ୍ଦୋଳ ବଜାର, ଡେରାବିଶ ବ୍ଲକ୍ କାର୍ଯ୍ୟାଳୟ, ତିନିମୁହାଣି ବଜାର ଆଦି ସ୍ଥାନ ପରିକ୍ରମା କରିବା ପରେ ଗାଁକୁ ନିଆଯାଇଥିଲା। ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସ˚ପନ୍ନ ହୋଇଥିବା ବେଳେ ଏକମାତ୍ର ପୁଅ କଳିଙ୍ଗ କେଶରୀ ପରିଡ଼ା ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/20/P7utqyVq5TSBq3rcb8SD.jpg)