ବିଂଝାରପୁର: ପୂର୍ବତନ ସାଂସଦ ଅନାଦିଚରଣ ଦାସ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ଵର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଦୀର୍ଘଦିନ ହେଲା ମଧୁମେହ ରୋଗରେ ପୀଡିତ ଅଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତର ତାଙ୍କ ଛାତିରେ ଅସ୍ତ୍ରୋପଚାର କରି ପ୍ରେସମେକର ଲଗାଇଛନ୍ତି। ସେ ଯାଜପୁର ଲୋକସଭା ଆସନରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଭିପି ସିଂହ, ଚନ୍ଦ୍ରଶେଖର, ପିଭି ନରସିଂହ ରାଓଙ୍କ ସମୟରେ ସେ ସାଂସଦ ଭାବେ ଯାଜପୁରରୁ ପ୍ରତିନିଧିତ୍ବ କରିଥିଲେ।

Advertisment

ଏ ଖବର ପାଇ ବିଂଝାରପୁର ବ୍ଲକର ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ଧଳ, ପ୍ରାକ୍ତନ ବିଧାୟକ ପବିତ୍ର ମୋହନ ଯେନା, ପ୍ରାକ୍ତନ ପିସିସି ସାଧାରଣ ସଂପାଦକ ଶିଶିର କୁମାର ନାୟକ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଜଗନ୍ନାଥ ଧଳ, ପିସିସିର ପ୍ରବକ୍ତା ପଦ୍ମାକର ଗୁରୁ, ମା ତାରିଣୀ ଗ୍ରୁପର ଏମଡି ଶିବସୁନ୍ଦର ଧଳ, ନିର୍ଦ୍ଦେଶିକା ରଶ୍ମିରେଖା ଧଳ, ମ୍ୟାନେଜର କାଶିନାଥ ଦାସ, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପରିଡ଼ା, ବିଶ୍ଵନାଥ ଦାସ, କିଶୋରଚନ୍ଦ୍ର ଦାସ, ଅମିୟ କୁମାର ଧଳ, ନିରଂଜନ ବେଉରିଆ, ପ୍ରାକ୍ତନ ସରପଞ୍ଚ ପ୍ରବୋଧ ଦାସ, ମଳୟ ନାୟକ, ମନୋଜ ସାମଲ, କୁଞ୍ଜବିହାରୀ ବେହେରା, ରଂଜିତା ନାଥଶର୍ମା, ବିଚିତ୍ରାନନ୍ଦ ନାଥଶର୍ମା, ବିଜନ କୁମାର ଦାସ, ସ୍ମୃତିରଂଜନ ସାହୁ, ଜାକିର ହୋସେନ ପ୍ରମୁଖ ଆଶୁ ଆରୋଗ୍ୟ କାମନା କରିଛନ୍ତି।