ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷାଙ୍କ ପରଲୋକ, ମୃତ୍ୟୁ ପରେ ଲୁଟିନେଲେ ୨୪ ଭରି ସୁନା, ୮ ଭରି ରୁପା

ଚିକିଟି : ପିତୃପୁରୁଷଙ୍କ ଦୀପଦାନବେଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ଜେ.ଅନସୂୟା ଆଚାରୀ। ଗୋଟିଏପଟେ ଏହିଭଳି ମୃତ୍ୟୁକୁ ନେଇ ଚାରିଆଡ଼େ ଶୋକର ଛାୟା ଖେଳିଯାଇଥିବାବେଳେ ଦୁର୍ବୃତ୍ତମାନେ ଏହାର ‌ସୁଯୋଗ ନେବାକୁ ପଛାଇ ନାହାନ୍ତି। ତାଙ୍କ ଘରର ତାଲା ଭାଙ୍ଗି ଲୁଟ୍‌ କରିଛନ୍ତି।

ଗତକାଲି ରାତି ପ୍ରାୟ ୮ଟାରେ ସମାଜସେବୀ ପ୍ରକାଶ ଆଚାରୀଙ୍କ ଧର୍ମପତ୍ନୀ ତଥା ଚିକିଟି ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷା ଅନସୂୟା ଧାନଘର ବାସଭବନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରୁଥିବା ବେଳେ ହଠାତ୍‌ ହୃଦ୍‌ଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହାପରେ ତାଙ୍କର ଅନ୍ତିମସଂସ୍କାର କରାଯାଇଥିଲା। ଗୋଟିଏପଟେ ଅନ୍ତିମ ସଂସ୍କାର ଚାଲିଥିଲାବେଳେ ଅନ୍ୟପଟେ ଦୁର୍ବୃତ୍ତମାନେ ତାଙ୍କ ଧାନଘରସ୍ଥିତ ବାସଭବନରେ ପଶିଥିଲେ। ଘର ତାଲା କାଟି ୨୪ ଭରି ସୁନା ଏବଂ ୮ ଭରି ରୁପା ଅଳଙ୍କାର ଚୋରି କରିଥିବା କେ. ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ଏ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୂର୍ବତନ ଅଧ୍ୟକ୍ଷାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର