ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ। ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୨୦୨୦ରେ ରାଧାମୋହନ ଓ ତାଙ୍କ ଝିଅଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ନୟାଗଡ଼ରେ ଖାଲି ପଡ଼ିଥିବା ଜମିରେ ଜୈବିକ ଚାଷ କରି ପରିବର୍ତନ ଆଣିଥିଲେ ରାଧାମୋହନ। ପୂର୍ବରୁ ଓଡ଼ିଶାର ସୂଚନା କମିସନର ଥିଲେ ରାଧାମୋହନ। ରାଧାମୋହନ ପୁରୀ ଏସସିଏସ କଲେଜରେ ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ସେ ସୂଚନା କମିସନର ଥିଲେ ।

times of india

ରାଧାମୋହନଙ୍କ ପରଲୋକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେପଟେ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି , ରାଧାମୋହନଙ୍କ ବିୟୋଗ ଓଡ଼ିଶାର ଜୈବିକ କୃଷିକ୍ଷେତ୍ରରେ ଅପୁରଣୀୟ କ୍ଷତି । ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ବକାର ଓ ବୈପ୍ଳବିକ ଚାଷି । ସେ ରାଜ୍ୟର ସୂଚନା କମିସନର ଦାୟିତ୍ୱ ତୁଲାଉଥିଲେ ଏବଂ ଭାରତର ପଦ୍ମଶ୍ରୀ ଉପାଧି ଅଳକୃତ କରିଥିଲେ। ସେ ଜଣେ ଭଲ ମଣିଷ ଓ ପରିବେଶବିତ୍ ଭାବରେ ସାରା ରାଜ୍ୟରେ ଲୋକପ୍ରିୟ ଥିଲେ । ଜୈବିକ କୃଷି କ୍ଷେତ୍ରରେ ରାଧାମୋହନଙ୍କ ବୈପ୍ଳବିକ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବେ । ଏଇ ଦୁଃଖଦ ମୁହୁର୍ତ୍ତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

ସମ୍ବନ୍ଧିତ ଖବର