ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଯୋଗୁଁ ଉପକୂଳ ଉଡ଼ିଶାର ୧୧ଟି ଜିଲ୍ଲା ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବା ବେଳେ କର୍ଣ୍ଣାଟକ ସରକାର ସହାୟତାର ହାତ ବଢ଼ାଇବାକୁ ମଙ୍ଗଳବାର ଘୋଷଣା କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରି ସହାୟତା କରିବାକୁ କହିଛନ୍ତି। କର୍ଣ୍ଣାଟକର ଏହି ୨ ଜଣ ନେତା କହିଛନ୍ତି, ସେମାନେ ଓଡ଼ିଶାର ବିପର୍ଯ୍ୟୟ ସମୟରେ ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛନ୍ତି।
photo courtesy: indiatodayସୂଚନାଯୋଗ୍ୟ ବାତ୍ୟା ପରେ ଏଯାଏଁ ଛତିଶଗଡ଼, ମହାରାଷ୍ଟ୍ର, କେରଳ, ତାମିଲନାଡୁ ୧୦-୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସେହିଭଳି କେନ୍ଦ୍ର ସରକାର ୨ଟି ପର୍ଯ୍ୟାୟରେ ୧୩୪୧ କୋଟି ଟଙ୍କା ବାତ୍ୟା ସହାୟତା ମଂଜୁର କରିଛନ୍ତି। ଏତଦ୍ ବ୍ୟତୀତ ବଲିଉଡ ଅଭିନେତା ଅକ୍ଷୟ କୁମାର କୋଟିଏ ଟଙ୍କା, ବୌଦ୍ଧ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କା ବାତ୍ୟା ସହାୟତା ଦେବାକୁ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Deve-Gowda-Kumarswamy_Thumbnail.jpg)