କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରି ପୂର୍ବତନ ସରପଞ୍ଚ ଗିରଫ

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ରାଜେଶ ପଇଙ୍କୁ ଗତକାଲି ସାଇଁକୁଳ ଗ୍ରାମରେ ଆକ୍ରମଣ କରାଯାଇଥିଲା। ଏନେଇ ଶ୍ରୀ ପଇ ରାମଚନ୍ଦ୍ରପୁର ଥାନାରେ ସାଇଁକୁଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭାସ ନାୟକଙ୍କ ନାମରେ ଏତଲା ଦେଇଥିଲେ।

ପୁଲିସ ଶ୍ରୀ ନାୟକଙ୍କୁ ଗତକାଲି ଥାନାକୁ ଡାକି ପଚରାଉଚରା କରିବା ସହ କେସ୍‌ ନମ୍ବର ୨୭୭/୨୨ ଦଫା ୩୪୧, ୨୯୪, ୫୦୬, ୩୨୩, ୩୩୨, ୩୫୩ରେ ମାମଲା ରୁଜୁ କରିଥିଲା। ଆଜି ତାଙ୍କୁ ଗିରଫ କରିବା ପରେ  ୪୧ ଧାରାରେ ଥାନାରୁ ଜାମିନ ପ୍ରଦାନ କରି ଛାଡ଼ି ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର ମୁଣ୍ତାରୀ କହିଛନ୍ତି।

ସମ୍ବନ୍ଧିତ ଖବର