ଝାରସୁଗୁଡା/ ଲଇକେରା : ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାଏକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରବୀଣ ଧୁରୁଆ ଓରଫ୍ ରିମିତ୍କୁ ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ରବିବାର ଅପରାହ୍ନରେ ରିମିତ୍ ଏକ ଟାଙ୍ଗିଆରେ ଡ. ନାଏକଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲା।
ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ଡିଆର୍ଡିଏ ପ୍ରକଳ୍ପ ନିର୍ଦେଶକ ତପିରାମ ମାଝୀ, ଡିଏଫ୍ଓ ଲଳିତ ପାତ୍ର, ଲଇକେରା ବିଡିଓ ଶଙ୍କର କେର୍କେଟା ପ୍ରମୁଖ ସ୍ବର୍ଗତ ପ୍ର. ନାଏକଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ସର୍ଗିଗୁଡ଼ା ଗ୍ରାମକୁ କିପରି ମଦମୁକ୍ତ ଗ୍ରାମ କରିହେବ ଏବଂ ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ ଦେଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହେବ, ସେନେଇ ଆଲୋଚନା କରିଥିଲେ। ଏଥିସହ ପ୍ର. ନାଏକଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କ ପୁତ୍ର ଡ. ସୁଜିତ ନାଏକଙ୍କୁ କହିଥିଲେ। ଡିଏଫ୍ଓ ଶ୍ରୀ ପାତ୍ର ଆଗାମୀ ଦିନରେ କିପରି ଅନ୍ଧାରୀ ଜଙ୍ଗଲର ସଂରକ୍ଷଣ ପୂର୍ବଭଳି ହୋଇ ପାରିବ ଓ ମା ଅନ୍ଧାରୀ ଯାତ୍ରା ସହିତ ଅନ୍ଧାରୀ ପର୍ବତର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲେଇ ନେବାକୁ ତାଙ୍କ ପୁତ୍ରଙ୍କୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/sambalpur-accused.jpg)