ରଥଯାତ୍ରା ଉପଲକ୍ଷେ ରେଡିଓ ଚକଲେଟର ଅଭିନବ କାର୍ଯ୍ୟକ୍ରମ : “ଫରଚ୍ୟୁନେଟ୍-୧୫” ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ରଥଯାତ୍ରା ଦିନ ଶ୍ରୀଜୀଉଙ୍କ ଭବ୍ୟ ଦର୍ଶନର ସୁଯୋଗ ପାଆନ୍ତୁ

ଭୁବନେଶ୍ୱର : ରଥରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଅଶେଷ ଫଳ ମିଳିଥାଏ ବୋଲି କୋଟି କୋଟି ଓଡ଼ିଆଙ୍କର ଏହା ବିଶ୍ୱାସ। ଚଳିତ ବର୍ଷ ପବିତ୍ର ରଥଯାତ୍ରା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଓଡ଼ିଶାର ନିଜର ପ୍ରଥମ ଘରୋଇ ଏଫ୍.ଏମ୍. ଷ୍ଟେସନ୍ ରେଡିଓ ଚକଲେଟ ୧୦୪ ଏଫ୍.ଏମ୍.ଓ ଫରଚ୍ୟୁନ ସନଫ୍ଲାୱାର ଅଏଲର ସହଯୋଗରେ ରେଡିଓ ଶ୍ରୋତା, ସମ୍ବାଦ ପାଠକ ତଥା କନକ ନ୍ୟୁଜ ଦର୍ଶକମାନଙ୍କ ପାଇଁ ଏକ ଅଭିନବ ପ୍ରତିଯୋଗିତା ପ୍ରସ୍ତୁତ କରିଛନ୍ତି। ଏହି ପ୍ରତିଯୋଗିତାର ନାମ “ଫରଚ୍ୟୁନେଟ୍ -୧୫”। ଏହି ପ୍ରତିଯୋଗିତାରେ ଭାଗନେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୧୫ ଜଣ ଭାଗ୍ୟଶାଳୀ ବିଜେତା ରଥଯାତ୍ରା ଦିନ ରେଡିଓ ଚକଲେଟ୍ ଆରଜେ ମାନଙ୍କ ସହିତ ପୁରୀ ଯାଇ ରଥଯାତ୍ରା ଓ ଶ୍ରୀ ଜୀଉଙ୍କ ଭବ୍ୟ ଦର୍ଶନର ସୁଯୋଗ ପାଇପାରିବେ।

ଏହି ପ୍ରତିଯୋଗିତାରେ ଭାଗନେବାକୁ ହେଲେ ରେଡିଓ ଚକଲେଟର ପ୍ରତ୍ୟେକ ଦିନ ଜଗନ୍ନାଥ ସଂସ୍କୃତି ବା ରଥଯାତ୍ରା ସମ୍ପର୍କୀୟ ପଚରାଯାଉଥିବା ଏକ ପ୍ରଶ୍ନର ଉତ୍ତର ରେଡିଓ ଚକଲେଟ ଅଫିସିଆଲ୍ ଫେସବୁକ୍ ପେଜ୍ ଯାଇ କିମ୍ବା ୮୯୦୮୦୨୦୧୦୪ ନମ୍ବରକୁ ହ୍ୱାଟ୍ସ୍ଆପ୍ କରିବାକୁ ହେବ। ରେଡିଓ ଚକଲେଟ ସହ ପ୍ରଶ୍ନ ଗୁଡ଼ିକ “ସମ୍ବାଦ” ଖବର କାଗଜରେ ମଧ୍ୟ ପାଇପାରିବେ। ଜୁନ୍ ୨୯ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥବା ଏହି ପ୍ରତିଯୋଗିତାରେ ୧୫ ବର୍ଷରୁ ଉର୍ଦ୍ଧ୍ବ ଉଭୟ ପୁରୁଷ ଏବଂ ମହିଳା ଅଂଶ ଗ୍ରହଣ କରିପାରିବେ। ପ୍ରତିଯୋଗିତା ବିଷୟରେ ଅଧିକ ଜାଣିବା ପାଇଁ ପ୍ରତ୍ୟହ ରେଡିଓ ଚକଲେଟ ଶୁଣିବା ପାଇଁ ଏବଂ ସମ୍ବାଦ ଖବର କାଗଜ ପଢ଼ିବା ପାଇଁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର