କଂଗ୍ରେସ ସହ ବୁଝାମଣା କରିବନି ଫର୍‌ୱାର୍ଡ ବ୍ଲକ୍

ଭୁବନେଶ୍ବର : ରାଜ୍ୟରେ ବାମ ଦଳ ଓ କିଛି ଛୋଟ ଛୋଟ ଦଳଙ୍କ ସହ ନିର୍ବାଚନୀ ବୁଝାମଣା ପାଇଁ କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଥିଲା ବେଳେ ଏଥିରେ ଅଲ୍‌ ଇଣ୍ଡିଆନ୍ ଫର୍‌ୱାର୍ଡ ବ୍ଲକ୍ ସାମିଲ ହେବ ନାହିଁ। ବିଜେଡି, ବିଜେପି ଓ କଂଗ୍ରେସ ଠାରୁ ଫର୍‌ୱାର୍ଡ ବ୍ଲକ୍ ସମଦୂରତ୍ବ ରକ୍ଷା କରିବ ବୋଲି ଏହାର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ରଙ୍କ କହିବା ଅନୁଯାୟୀ ଆସନ୍ତା ସାଧାରଣ ନିର୍ବାଚନରେ ବିଭିନ୍ନ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜନବିରୋଧୀ ‌େକନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ବିରୋଧରେ ଜନତାର ଶାସନ ପ୍ରତିଷ୍ଠା ଦାବି‌େର ଓ ନେତାଜୀଙ୍କ ଆଦର୍ଶ ପ୍ରତିଷ୍ଠା ପାଇଁ ଫରୱାର୍ଡ ବ୍ଲକ୍‌ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ। ଦୀର୍ଘ ଦଶନ୍ଧି ଧରି ସାଧାରଣ ଜନତାର ଅଧୋଗତି ପାଇଁ ଦାୟୀ କଂଗ୍ରେସ ଦଳ ସହିତ କୌଣସି ନିର୍ବାଚନୀ ବୁଝାମଣା କରାଯିବ ନାହିଁ। ତେବେ ସମଭାବାପନ୍ନ ଦଳଗୁଡ଼ିକ ସହ ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏ ନେଇ ଏକ ବୈଠକ ଡକାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର