ରାଧାନଗରରୁ ଉଦ୍ଧାର ହେଲା ପୁରାତନ ପ୍ରାଣୀ ଜୀବାଶ୍ମ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ରାଧାନଗରରୁ ମିଳିଛି ବହୁ ପୁରାତନ ପ୍ରାଣୀ ଜୀବାଶ୍ମ। ବୌଦ୍ଧ କିର୍ତ୍ତୀରାଜି ଥିବା ପୁଷ୍ପରଣ ହୁଡା ନିକଟସ୍ଥ ରାଧାନଗରରୁ ଉଦ୍ଧାର ହୋଇଥିବା ଏହି ଜୀବାଶ୍ମ ହଜାର ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି। ନଦୀବନ୍ଧ ମରାମତି ପାଇଁ ରାଧାନଗର ନିକଟରୁ ମାଟି ଖନନ ବେଳେ ଏହି ବିରଳ ପ୍ରାଣୀ ଜୀବାଶ୍ମ ମିଳିଛି। ଏଠାରେ ପ୍ରାୟ ୩୫ ଫୁଟ୍‌ ଖୋଳାଯିବା ପରେ ଜୀବାଶ୍ମ ଉଦ୍ଧାର ହୋଇଥିଲା। ଖବରପାଇ ସ୍ଥାନୀୟ ଗଜରାଜ ସଂଗ୍ରହାଳୟର ପ୍ରତିଷ୍ଠାତା ତଥା ଗବେଷକ ଡକ୍ଟର ନୃସିଂହଚରଣ ସାହୁ କ୍ଷେତ୍ର ସର୍ବେକ୍ଷଣ କରିବା ସହ ଏହା ହଜାର ହଜାର ବର୍ଷର ପ୍ରାଣୀ ଜୀବାଶ୍ମ ବୋଲି ସୂଚନା ଦେଇଛନ୍ତି। ଏଠାରୁ ପ୍ରାଣୀ ଜୀବାଶ୍ମ ଉଦ୍ଧାର ହେବା ଦ୍ୱାରା ରାଧାନଗର ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡି ହୋଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର