ଭିତ୍ତିପ୍ରସ୍ଥର ସ୍ଥାପନ ସମାରୋହକୁ ରାଜନୀତିକରଣ କରାଯାଉଛି: ବିଜେପି ବିଧାୟକ ପ୍ରକାଶ

ପ୍ରୋଟୋକଲ ଭୁଲି ଯାଉଛି ପ୍ରଶାସନ, କେନ୍ଦ୍ର ପଇସାରେ ନାମ ନେବାକୁ ହେଉଛି ପ୍ରୟାସ
ଫଳକରେ ନାହିଁ ସ୍ଥାନୀୟ ବିଧାୟକଙ୍କ ନାମ

ବାରିପଦା : କେନ୍ଦ୍ର ପଇସା ଦେଉଛି। ଆଉ ଉକ୍ତ ଅର୍ଥରେ ରାଜ୍ୟ ସରକାର ନିଜର ପତିଆରା ବଢାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ବାରିପଦାରେ ହେଉଥିବା ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଭିତ୍ତିପ୍ରସ୍ଥର ସମାରୋହକୁ ସ୍ଥାନୀୟ ବିଧାୟକଙ୍କୁ ନୀତିଗତ ଭାବେ ନିମନ୍ତ୍ରଣ କରାଯାଇନାହିଁ। ଏପରିକି ଏନେଇ ହୋଇଥିବା ଫଳକରେ ମଧ୍ୟ ସ୍ଥାନୀୟ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ନାମ ମଧ୍ୟ ନାହିଁ। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ବାରିପଦା ବିଧାୟକ ତଥା ବିଜେପି ନେତା ପ୍ରକାଶ ସୋରେନ।

ବାରିପଦାର ପିଆରଏମ ମେଡିକାଲରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କୁ ଜିଲ୍ଳା ପରିଷଦ ସଭାପତି ଏଵଂ ଜିଲ୍ଲାର ଅନ୍ୟ ବିଜେପି ବିଧାୟକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ବିଧାୟକ ପ୍ରକାଶ ସୋରେନ। ଏପରି କରି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟକ୍ରମକୁ ବିଜେଡି ରାଜନୀତିକରଣ କରାଯାଉଥିବା ଶ୍ରୀ ସୋରେନ ଅଭିଯୋଗ କରିଛନ୍ତି। ଯଦି ଏହା ହୁଏ ତେବେ ଉକ୍ତ ନାମ ଫଳକକୁ ଭାଙ୍ଗି ଦିଆଯିବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ବିଧାୟକ ପ୍ରକାଶ। ଅକ୍ସିଜେନ ପ୍ଲାଣ୍ଟ ପାଇଁ ଆସିଥିବା ଅର୍ଥ ସମସ୍ତଙ୍କର। ଏହାକୁ ନେଇ ବିଜେଡି କରୁଥିବା ରାଜନୀତି କୁ ଆଦୌ ବରଦାସ୍ତ କରାଯିବ ନାହିଁ।

ସେହିପରି ପ୍ରଥମେ ଜିଲ୍ଲାର ଦୁଇ ବିଜେପି ବିଧାୟକ ଗଣେଶ ରାମ ସିଂଖୁଣ୍ଟିଆ ଏବଂ ସନାତନ ବିଜୁଳି ହିଁ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ତେଣୁ ବିଜେପି ବିଧାୟକ ଙ୍କ ପକ୍ଷରୁ ପ୍ରଥମେ ଉଠିଥିବା ଦାବି ସଫଳ ହେଉଥିବା ବେଳେ ଜିଲ୍ଳା ବାହାର ନେତା ପ୍ରତାପ ଜେନାଙ୍କୁ ନିମନ୍ତ୍ରଣ କରାଯାଉଛି। ମାତ୍ର ସ୍ଥାନୀୟ ଜନପ୍ରତିନିଧିଙ୍କୁ ଡ଼କାନଯିବା ନିନ୍ଦନୀୟ ବୋଲି ପ୍ରକାଶ ସୋରେନ କହିଛନ୍ତି।

ସମ୍ବନ୍ଧିତ ଖବର