ଖୋର୍ଦ୍ଧାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଳା ଶାଖା ପକ୍ଷରୁ ଦଳର ୪୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଖୋର୍ଦ୍ଧା ଭାଜପା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର ଦଳୀୟ ପତାକା ଉତ୍ତୋଳନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ସଂଯୋଜନାରେ ଏକ ସଭା ହୋଇଥିଲା । ଏଥିରେ ଖୋର୍ଦ୍ଧା ସହର ଓ ଜିଲ୍ଲାର ଦଳର କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ । ଏହି ଅବସରରେ ଦଳ ପ୍ରତି ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ତିନି ଜଣ ବରିଷ୍ଠ କାର୍ଯ୍ୟକର୍ତା- ଗଗନ ବିହାରୀ ମଲ୍ଲ, ସୂର୍ଯ୍ୟ ନାରାୟଣ ଦାଶ ଓ ଅଶୋକ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର, ପୂର୍ବତନ ସଭାପତି ନିକୁଂଜ ପଟ୍ଟନାୟକ, ବରିଷ୍ଠ ନେତ୍ରୀ କୁନିଲତା ସ୍ୱାଇଁ ଦଳର ଇତିହାସ ଓ ଖୋର୍ଦ୍ଧା ଜିଲ୍ଲାରେ ଦଳର ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ଆଦି ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ଦାସ, ରଜତ ଚୌଧୁରୀ, ଅଭିମନ୍ୟୁ ଘଟୁଆ, ଜିତୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର