ଭାରତୀୟ ପେଟ୍ରୋଲିୟମ୍‌ ଶିଳ୍ପ ସଂଘର ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଭାରତୀୟ ପେଟ୍ରୋଲିୟମ୍ ସଂଘର ପ୍ରତିଷ୍ଠା ଦିବସରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଦେଶର ଶକ୍ତି ସୁରକ୍ଷା ହାସଲ କରିବା ଦିଗରେ କାମ କରିବାକୁ ତୈଳ ଓ ଗ୍ୟାସ୍‌ କଂପାନିର ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି।

ସେ କହିଲେ, ଗରିବ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ଆଣିପାରିବାର କ୍ଷମତା କେବଳ ପେଟ୍ରୋଲିୟମ୍ ଶିଳ୍ପ ପାଖରେ ରହିଛି। ତୈଳ ବିପଣନ କଂପାନିଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ସରକାର ଏଦିଗରେ ସଂସ୍କାର କରି ‌ଅନେକ ସୁଧାର ଆଣିଛନ୍ତି। ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ସାରା ବିଶ୍ବରୁ ପୁଞ୍ଜିନିବେଶ ହାସଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ‌ବୋଲି ସେ କହିଛନ୍ତି। ୨୦୨୪ ସୁଦ୍ଧା ବିଶୋଧନାଗାର, ପାଇପଲାଇନ ଓ ଗ୍ୟାସ ଟର୍ମିନାଲ୍‌ରେ ୧୦୦ ବିଲିଅନ ଡଲାର ନିବେଶ ହେବ ବୋଲି ସେ କହିଛନ୍ତି। ବିକଳ୍ପ ଶକ୍ତି ଓ ସବୁଜ ଶକ୍ତି କ୍ଷେତ୍ରରେ ନୂତନ ଯନ୍ତ୍ର ଉଦ୍ଭାବନ କରୁଥିବା କଂପାନିଗୁଡ଼ିକୁ ପୁରସ୍କୃତ କରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର