ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ଖଡ଼ିଆଳସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚବିଦ୍ୟାଳୟର ୮୦ତମ ପ୍ରତିଷ୍ଠା ଦିବସ ପ୍ରଧାନ ଶିକ୍ଷକ ନକୁଳ ଶବରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି। ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡ. ଜିତାମିତ୍ର ପ୍ରସାଦ ସିଂହଦେଓ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ବଳଭଦ୍ର ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଫଣିନ୍ଦମ ଦେଓ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ ମହାନନ୍ଦ, ମୋ ସ୍କୁଲ ଅଭିଯାନ କମିଟି ଅଧ୍ୟକ୍ଷ ତଥା ନାଟ୍ୟକାର ଜିତେନ୍ଦ୍ର ନାଥ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସମ୍ରାଟ ପାତ୍ର ଯୋଗଦାନ କରି ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରଦାନ କରିଥିଲେ। ଶିକ୍ଷକ ଗୌରାଙ୍ଗ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଅକ୍ଷୟ ରଥ ଧନ୍ୟବାଦ ଦେଇଥିଲେ।

Advertisment

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ ମା' ସରସ୍ବତୀଙ୍କ ବନ୍ଦନା ଗାନ କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଏଥିରେ ଶିକ୍ଷୟିତ୍ରୀ ନୀଳିମା ରାଣୀ ସାଗର ଓ ରାଜଶ୍ରୀ ଦଣ୍ଡସେନା ସହଯୋଗ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ସୁରବିଜୟକାନ୍ତ ତାଣ୍ଡି ଓ ଅଶୋକ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ଗୌରୀ ଶଙ୍କର ଦୁବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ରତନ ସିଂହ ବାରିକ, ପ୍ରଶାନ୍ତ ପଣ୍ଡା, ଶ୍ୟାମ ନାରାୟଣ ମୁଣ୍ଡ, ପ୍ରଭୁଦତ୍ତ ପୁରୋହିତ, ନିରଞ୍ଜନ ବିଶ୍ୱାଳ, ଗଜିନ୍ଦ୍ର ହରିଜନ, ହେମ ସାଗର ଶବର, ଧନଞ୍ଜୟ ମଲ୍ଲିକ, ସାଗର ବାଗ, ସଚିନ ବାଗ, ପୁଷ୍ପାଞ୍ଜଳି ମହାପାତ୍ର, ସରସ୍ବତୀ ରାଉତ, ମହମ୍ମଦ କଲାମ, ବୈଷ୍ଣବ ମେହେର, ଆଶିଷ ପଟ୍ଟନାୟକ, ଧୀରଜ ଭୋଇ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ପୁରାତନ ଛାତ୍ର ବଜରଙ୍ଗ ଅଗ୍ରୱାଲ, କୈଳାସ ଅଗ୍ରୱାଲ, ସତୀଶ ପଟ୍ଟନାୟକ, ନବୀନ କିଶୋର ପାଢ଼ୀ, ଜିତେନ୍ଦ୍ର ନାଥ ପାଢ଼ୀ, ରାଧାମୋହନ ମହାପାତ୍ର, ବିଜୟ ନାଗ, ଆଦିତ୍ୟ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।