ଭୁବନେଶ୍ୱର: ସରକାରଙ୍କ ଭିଜନ ୨୦୨୫କୁ ସଫଳ କରିବା ପାଇଁ ୩୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଥିପାଇଁ ଅଢ଼େଇ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି। ରାଜ୍ୟରେ ୧୫ଟି ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ସେ ଏହା କହିଛନ୍ତି। ରାଜ୍ୟ ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ନବୀନ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଶିଳାନ୍ୟାସ କରିଛନ୍ତି। ଦେଶର ସର୍ବବୃହତ୍ତ ସିଫୁଡ ପ୍ଲାଣ୍ଟ କୁହାଯାଉଥିବା ‘ଫାଲକନ୍ ମେରାଇନ୍ ଏକ୍ସପର୍ଟ ଲିମିଟେଡର ସିଫୁଡ ପ୍ରୋସେସିଂ ପ୍ଲାଣ୍ଟ’ ବାଲେଶ୍ୱରରେ ଶିଳାନ୍ୟାସ ହୋଇଛି। ସେହିଭଳି କଟକ ରାମଦାସପୁରରେ ଜୟ ଭାରତ ମସଲାର ସମ୍ପ୍ରସାରଣ, ଖୋର୍ଦ୍ଧାରେ ଇଣ୍ଡୋ ନିସିନ୍ ଫୁଡ ପ୍ରାଇଭେଟ ଲିମିଟେଡର ଇନଷ୍ଟାଣ୍ଟ ନୁଡୁଲ୍ସ ପ୍ରଡକସନ୍ ଫେସିଲିଟିକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।
୩୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ନବୀନ
ବାଲେଶ୍ୱରରେ ଦେଶର ସର୍ବବୃହତ୍ତ ସିଫୁଡ ପ୍ଲାଣ୍ଟ ପାଇଁ ଶିଳାନ୍ୟାସ
/sambad/media/post_attachments/wp-content/uploads/2017/11/cm-1.jpg)