ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବଡ଼ସାହି ବିଧାୟକ ତଥା ନୀତି ନିର୍ଦ୍ଧାରଣ କମିଟିର ଅଧ୍ୟକ୍ଷ ସନାତନ ବିଜୁଳି ଗୁରୁବାର ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପକଣ୍ଠ ମହୁରୀ ଠାରେ ନିର୍ମାଣ ହେବାକୁ ଯାଉଥିବା ଆଦର୍ଶ ଡାହିବାଡ଼ି ସାପ୍ତାହିକ ହାଟର ଶିଳାନ୍ୟାସ କରିଛନ୍ତିl ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।
ସୂଚନା ଅନୁଯାଇ ୧୦୦ବର୍ଷର ପୁରୁଣା ଡାହିବାଡ଼ି ସାପ୍ତାହିକ ହାଟର ଉନ୍ନତୀକରଣ ନେଇ ଭିନ୍ନଭିନ୍ନ ସମୟରେ ଭିନ୍ନଭିନ୍ନ ନେତା ତଥା ସରକାରୀ କଳକୁ ବାରମ୍ବାର ଦାବି ଜଣାଇ ଆସୁଥିଲେ ବି କେହି କର୍ଣ୍ଣପାତ କରୁନଥିଲେl ତେବେ ୨୦୧୯ରେ ପ୍ରଥମ ଥର ବିଧାୟକ ହେବାପରେ ସନାତନ ବିଜୁଳିଙ୍କୁ ମଧ୍ୟ ସ୍ଥାନୀୟ ୨୫ପଞ୍ଚାୟତର ଅଧିବାସୀଙ୍କର ପ୍ରାଥମିକ ଦାବି ଏହି ହାଟର ଉନ୍ନତୀକରଣ ଥିଲାl ପରେ ବିଧାୟକଙ୍କ ସ୍ବପ୍ନ ମଧ୍ୟ ଥିଲା ତାଙ୍କ ନିର୍ବାଚନ ମଣ୍ଡଳୀ ଅଧୀନ ଏହି ସର୍ବପୁରାତନ ହାଟକୁ ଏକ ଆଦର୍ଶ ହାଟ ଭାବେ ନିର୍ମାଣ କରିବାକୁl
୨୦୧୯ରେ ପ୍ରଥମ ଥର ବିଧାୟକ ହେବାପରେ ସନାତନ ବିଜୁଳିଙ୍କୁ ମଧ୍ୟ ସ୍ଥାନୀୟ ୨୫ପଞ୍ଚାୟତର ଅଧିବାସୀଙ୍କର ପ୍ରାଥମିକ ଦାବି ଏହି ହାଟର ଉନ୍ନତୀକରଣ ଥିଲାl ପରେ ବିଧାୟକଙ୍କ ସ୍ବପ୍ନ ମଧ୍ୟ ଥିଲା ତାଙ୍କ ନିର୍ବାଚନ ମଣ୍ଡଳୀ ଅଧୀନ ଏହି ସର୍ବପୁରାତନ ହାଟକୁ ଏକ ଆଦର୍ଶ ହାଟ ଭାବେ ନିର୍ମାଣ କରିବାକୁl
ଏହି ପରିପ୍ରେକ୍ଷୀରେ ଶ୍ରୀ ବିଜୁଳି ୨ୟ ଥର ବିଧାୟକ ହେବା ପରେ ସେ ପ୍ରଶାସନିକ ସ୍ତରରେ ବିଭିନ୍ନ ଅଧିକାରୀଙ୍କୁ ଆଣି ଉକ୍ତ ହାଟ ସ୍ଥଳ ପରିଦର୍ଶନ କରାଇଥିଲେ ଓ ଏକ ଆଦର୍ଶ ହାଟର ରୂପରେଖ ଚୂଡାନ୍ତ କରିଥିଲେl ଶେଷ ପର୍ଯ୍ୟାୟରେ ୨ଦିନ ପୂର୍ବରୁ ଖୋଦ ବିଧାୟକ ଓ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ ଆସି ଦାହିବାଡ଼ି ସାପ୍ତାହିକ ହାଟ ପରିସରରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହିତ ପିଏ-ଆଇଟିଡିଏ ପ୍ରଣୟ ରଞ୍ଜନ ବେହେରାଙ୍କ ଠାରୁ ଆଦର୍ଶ ହାଟର ରୂପରେଖର ସମ୍ପୂର୍ଣ ନକ୍ସା ଦେଖିଥିଲେ ଏବଂ ନିର୍ମାଣ କାର୍ଯ୍ୟ ବାବଦରେ ବିସ୍ତୃତ ଆଲୋଚନା କରିଥିଲେl
ଏହି ସମୟରେ ବିଧାୟକ ଶ୍ରୀ ବିଜୁଳି ହାଟ ପାର୍ଶ୍ୱରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ସୁନ୍ଦର ଉଦ୍ୟାନ ଓ ଓପନ ଜିମ ପ୍ରସ୍ତୁତି କରିବାନେଇ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେl ପରେ ଏନେଇ ଜିଲ୍ଲପାଳ ମଧ୍ୟ ନିଜ ସହମତି ପ୍ରକାଶ କରିଥିଲେ ଓ ପିଏ-ଆଇଟିଡିଏଙ୍କୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ନେଇ ନିର୍ଦେଶ ଦେଇଥିଲେl ପ୍ରାଥମିକ ଭାବେ ଏହି ଆଦର୍ଶ ହାଟ ନିର୍ମାଣ ପାଇଁ ଆନୁମାନିକ ଦେଢ଼ରୁ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳ କରାଯିବ ଓ ଏହା ଓଡ଼ିଶାର ଏକ ନମ୍ବର ଆଦର୍ଶ ହାଟ ଭାବେ ପରିଗଣିତ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛିl
ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ପୂର୍ବାହ୍ନରେ ବିଧାୟକ ସନାତନ ବିଜୁଳି ନିଜ ସମର୍ଥକଙ୍କ ସହିତ ସ୍ଥାନୀୟ ସରପଞ୍ଚ ସାବିତ୍ରୀ ମୁର୍ମୁ, ସମିତି ସଭ୍ୟ ସରସ୍ବତୀ ଦାସ, ଶତାଧିକ ସ୍ଥାନୀୟ ବରିଷ୍ଠ, ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଦର୍ଶ ହାଟର ଶୁଭ ଶିଳାନ୍ୟାସ କରିଥିଲେl ଆଖପାଖ ଲକ୍ଷାଧିକ ଲୋକଙ୍କ ସମେତ ୧ହଜାରରୁ ଅଧିକ ବ୍ୟବସାୟୀ ଆଜି ଏହି ଆଦର୍ଶ ହାଟ ନିର୍ମାଣ ନେଇ ଶିଳାନ୍ୟାସ ପରେ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/21/6tFx3QECPpZbnTdESjF0.jpg)