ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ଓଡ଼ିଶା ଭବନର ଶିଳାନ୍ୟାସ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଭବନର ନିର୍ମାଣଶୈଳୀରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, କଳା ଓ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିବ।
Horoscope 2026 February 27: ଜାଣନ୍ତୁ ଆଜିର ରାଶିଫଳ
ସୂଚନାଯୋଗ୍ୟ, ପୂର୍ବରୁ ଥିବା ଭବନଟି ପୁରୁଣା ହୋଇଯାଇଥିବା ସହ ସ୍ଥାନ ଓ ସୁବିଧାର ଅଭାବ ଥିବାରୁ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂଆ ଭବନ ନିର୍ମାଣ କରାଯାଉଛି। ଏଥିରେ ୩ଟି ବେସ୍ମେଣ୍ଟ, ଗ୍ରାଉଣ୍ଡ୍ ଫ୍ଲୋର୍ ସହିତ ଆଉ ୬ଟି ମହଲା ରହିବ। ସମସ୍ତ ଅତ୍ୟାଧୁନିକ ସୁବିଧା ସହ ୪୫ଟି ସୁଇଟ୍ ବ୍ୟବସ୍ଥା କରାଯିବ। ପ୍ରଥମ ମହଲାରେ ଏକ ଏକ୍ଜିବିସନ୍ ଏରିଆ ଏବଂ ଦ୍ୱିତୀୟ ମହଲାରେ ପ୍ରାୟ ୭୦ ଆସନ ବିଶିଷ୍ଟ କନ୍ଫରେନ୍ସ ହଲ୍ ରହିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଖୁବ୍ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ଏଥିପାଇଁ ମୋଟ ୯୩.୨୭ କୋଟି ଟଙ୍କା ବ୍ୟୟ ହେବ। ନୂଆଦିଲ୍ଲୀ ସହିତ ଦେଶର ବିଭିନ୍ନ ସହରରେ ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ଭବନ ନିର୍ମାଣ ଯୋଜନା କରିଛନ୍ତି। ଆଗାମୀ ଦିନରେ ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ଓଡ଼ିଶା ଭବନ ନିର୍ମାଣ ହେବ। ଏଥିପାଇଁ ସଂପୃକ୍ତ ରାଜ୍ୟମାନଙ୍କୁ ଜମି ମଗାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଖର୍ଚ୍ଚ ହେବ ୯୩.୨୭ କୋଟି
୩ଟି ବେସ୍ମେଣ୍ଟ ଉପରେ ୭ ମହଲା, ୪୫ଟି ରୁମ୍
ନିର୍ମାଣଶୈଳୀରେ ପ୍ରତିଫଳିତ ହେବ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ଝଲକ
ଭବନ ଓ ସଦନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଡିଭିଜନ୍ ସୃଷ୍ଟି ହେବ
ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ହେବ ଓଡ଼ିଶା ଭବନ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କୋଲକାତା, ଚେନ୍ନାଇ ଓ ମୁମ୍ବାଇରେ ଓଡ଼ିଶା ଭବନ କାର୍ଯ୍ୟକ୍ଷମ ଅଛି। ଜନସାଧାରଣଙ୍କ ସୁବିଧା ପାଇଁ ମୁମ୍ବାଇରେ ଆଉ ଏକ ଭବନ ନିର୍ମାଣର ପ୍ରସ୍ତାବ ରହିଛି । ଏହି ସବୁ ଭବନ ଓ ସଦନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଡିଭିଜନ୍ ସୃଷ୍ଟି କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜରୁରି କାମରେ ଭୁବନେଶ୍ୱର ଆସୁଥିବା ଲୋକମାନଙ୍କ ପାଇଁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ପାଖରେ ଏକ ଜନଆଶ୍ରୟ ଭବନ ନିର୍ମାଣ କରାଯିବ, ଯେଉଁଥିରେ କି ରାଜ୍ୟର ଜନସାଧାରଣଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ତିନି ଦିନର ରହଣି ବ୍ୟବସ୍ଥା କରାଯିବ।
ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍, ଓଡ଼ିଶାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/27/dgjdgjgjdcbnbn-2026-02-27-01-59-50.jpg)